STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମୁଁ କିଏ

ମୁଁ କିଏ

1 min
362

 ମୁଁ କିଏ 

 ତୁମ ବ୍ୟକ୍ତିଗତ ଜୀବନେ

 ରଚିବାକୁ ଅଶାନ୍ତି

 ମୁଁ କିଏ

 ତୁମ ହସ ଖୁସିର ଦୁନିଆଁରେ

 ଲେଖିବାକୁ ତୁମ ଜୀବନର ପରିଣତି ।


 ମୁଁ କିଏ

 କହିବାକୁ ଭାବବାଦ 

 ବସ୍ତୁ ବାଦର କଥା

 ତଥା ବିକାଶ ଓ ପ୍ରଗତି ।


  ମୁଁ କିଏ

  ରୋକିବାକୁ ପ୍ରାକୃତିକ ବିପତ୍ତି

  ବନ୍ୟା ବାତ୍ୟା ତଥା

  ପ୍ରାକୃତିକ ବିପର୍ଯ୍ୟୟର

  ଭୟାନକ ପରିଣତି ।


  ମୁଁ କିଏ କହିବାକୁ

  ମୁଁ କ'ଣ ଗାନ୍ଧୀ ଗୋପବନ୍ଧୁଙ୍କ ନାତି

  ଶୀତ କାକରେ ଯେ ଦେଶେ

  ଶିକ୍ଷକ ଭାବୁଛି

  ଏ କି ଶିକ୍ଷା ପଦ୍ଧତି

  ଏ କି ଶିକ୍ଷା ନୀତି ।


   ମୁଁ କିଏ କହିବାକୁ

   ଏ ଗଣତନ୍ତ୍ର ବାବଦେ

   ପୁଞ୍ଜିବାଦ ଓ ସମାଜବାଦର

   ସୁଗୁଣ ଦୁର୍ଗୁଣ ବର୍ଣ୍ଣିବା ସମ୍ବନ୍ଧେ ।


    ମୁଁ କିଏ

    ଲାଞ୍ଚ ମିଛ ବିଷୟେ ବର୍ଣିବାକୁ

    ସତ୍ୟ ମିଥ୍ୟା ସମ୍ବନ୍ଧେ ରଚିବାକୁ ।


    ମୁଁ କିଏ

    ମୁଁ କ'ଣ ମହାଭାରତର ଭୀଷ୍ମ

    ପିତୃସତ୍ୟ ପାଳନ ପାଇଁ

    ଯେ ନିଜ ଜୀବନର 

    ସମସ୍ତ ସୁଖ ଶାନ୍ତି କୁ କରିଥିଲେ ଭସ୍ମ ।


    ମୁଁ କିଏ

    ନୁହେଁ ମୁଁ ବିବେକାନନ୍ଦ

    ନୁହେଁ ମୁଁ ରାମକୃଷ୍ଣ

    ନୁହେଁ ମୁଁ ଭଗତ୍ ସିଂ ର ଦାୟାଦ

    କାହିଁକି ରଚିବି

    ମୁଁ ନୀତି ଆଦର୍ଶର ସାମ୍ୟବାଦ ।


    ମୁଁ କିଏ

    ମୁଁ ନୁହେଁ ସୁବାଷ

    ନୁହେଁ ମୁଁ ଜୟପ୍ରକାଶ

    କୃଷକ ଦଳିତ ଙ୍କ ପାଇଁ

    କି ପାଇଁ କରିବି ସମାବେଶ ।


   ମୁଁ କିଏ

   କହିବାକୁ ନୀତି ଆଦର୍ଶ ର କଥା

   ସବୁର ମୂଳ ଓ ମୁଖ୍ୟ ଆମ ନେତା

   କାହିଁକି ମୁଁ କରିବି ମୁଁ ଚିନ୍ତା

   ସବୁର ସେମାନେ ଭାଗ୍ୟ ବିଧାତା ।


   ମୁଁ କିଏ

   ମୁଁ କ'ଣ ଲୋକପ୍ରତିନିଧି

   ମୁଁ କ'ଣ ସମାଜର ବିଧାନ ନା ବିଧି

   ମୁଁ ଜଣେ କବି ଓ ଲେଖକ

   ସାଜିବାକୁ ଚାହେଁ ସମାଜ ସଂସ୍କାରକ

   ନୀତି ନିୟମର ଗଣ୍ଡି ଭିତରେ ରହି

   ଚିହ୍ନି ଚିହ୍ନେଇବାକୁ ଚାହେଁ

   କିଏ ଏ ସମାଜେ ଦୁର୍ନୀତି ଗ୍ରସ୍ତ

   କିଏ ପ୍ରତାରକ ।


   ମୁଁ କିଏ

   ମୁଁ କବି ଲେଖକ ଭାବେ

   ବନିବାକୁ ଚାହେଁ ଏ ଦେଶ ସେବକ

   ମହା ମହା ରଥୀଙ୍କ ପାଇଁ

   ମୁଁ ଅଟେ ଆତଙ୍କ

   ଜୀବନ ଜୀବିକା ପ୍ରଦାନ ନିମନ୍ତେ

   ଚାହେଁ ମଣିଷ ଜାତିର

   ହେବା ପାଇଁ ପୃଷ୍ଠ ପୋଷକ

   ସମାଜେ ଆଣି ସଂସ୍କାର

   ଚାହେଁ ମୁଁ ହେବାକୁ

   ସମାଜ ସଂସ୍କାରକ

   ଏହା ହିଁ ମୋ ଜୀବନର ଲକ୍ଷ୍ୟ ।


Rate this content
Log in

Similar oriya poem from Abstract