ମୁଁ କିଛି.. ଲୁଚାଇବିନି ତୁମକୁ
ମୁଁ କିଛି.. ଲୁଚାଇବିନି ତୁମକୁ
ମୁଁ କିଛି
ଲୁଚାଇବିନି ତୁମକୁ
ମନରେ ଅଛି ଯେତେ
ଦୁଃଖର ପୁଟୁଳି
କହିଦେବି ମୁହଁ ଖୋଲି ତୁମକୁ
ମୁଁ କିଛି ଲୁଚାଇବିନି ତୁମକୁ।
ଯୌବନ ର ପହିଲି ମାଦକର ନିଶା
ସାଙ୍ଗ ସାଥୀ ମେଳରେ ବାନ୍ଧିଥିଲି ବସା
କେତେ ରାତି କେତେ ଦିନ
ସମୟର ହେୟ ଜ୍ଞାନ
ହରେଇଛି ଜୀବନର ସାଇତା ସେ ଖୋଷ।।
ପଶା ଖେଳ ଖେଳିନାହିଁ ହାରିନି ଇଜ୍ଜତ
ଅପବାଦ ମଥା ପାତି ସହିଅଛି ଜ୍ଞାତ
କେବେ ପୁଣି ଇସାରାରେ ବୁଝିଛି ସେ କଥା
ଲୁଚାଇବି କାହିଁ ଆଜି ଲାଗୁଅଛି ବ୍ୟଥା
ସତ କହିଦେଲେ ମନ ବୁଝିଯିବ
ଏତିକି ବୁଝିଛି କଥା ଟି ଯଥା ।
ନା ମୁଁ କିଛି ଲୁଚାଇବିନି
କାହାକୁ ତ କେବେ ଭାବିନାହିଁ ପର
ସମସ୍ତେ ନିଜର ସଭିଙ୍କୁ କରିଛି ଆପଣାର
ନାହିଁ କେବେ ଅନ୍ତର ରେ
ଘୃଣା ତିରସ୍କାର
ସପ୍ରେମ ଶ୍ରଦ୍ଧା ବଳେ କରୁଛି ନିଜର
ତେବେ କିଆଁ ଲୁଚାଇବି
କହିବ ହେ ବନ୍ଧୁ
କିଏ ମୋ ନିଜର କିଏ ପୁଣି ପର ।
