STORYMIRROR

DHARITRI SAHU

Abstract

4  

DHARITRI SAHU

Abstract

ମୁଁ କବିଟିଏ "

ମୁଁ କବିଟିଏ "

1 min
348

ମୁଁ କବିଟିଏ 

ମୁଁ ମାଗୁଛି ମୋ ସ୍ବାଧୀନତା 

ମୋତେ ମୋ ସ୍ବାଧୀନତା ଫେରାଇ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ମୋର ସ୍ବତନ୍ତ୍ରତା

ମୋ ସ୍ବତନ୍ତ୍ରତା ରେ 

ମୋତେ ବଞ୍ଚିବାକୁ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ମୋ ସମୟ

ମୋତେ ମୋ ମୂଲ୍ୟବାନ

ସମୟ ଦେଇ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ମୋ ହୃଦୟ ର ଭାଷା

ମୋତେ ପ୍ରକାଶ କରିବାକୁ 

ପ୍ରସସ୍ଥ ଜାଗା ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ମୋର ବ୍ୟବଧାନ

ମୋତେ ଏକାନ୍ତ ହେବାକୁ 

ଛାଡିଦଦିଅ।

ମୁଁ କବିଟିଏ 

ମୁଁ ମାଗୁଛି ମୋ କଲମ

ମୋ କଲମରେ କାଳି ନଦିଅ

ହେଲେ ମୋ କଲମ 

ମୋତେ ଫେରାଇ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ମୋ କାଗଜ

ମୋ କାଗଜ ନ ପଢ

କିନ୍ତୁ ସାଇତି କି 

ସଠିକ୍ ଜାଗାରେ ଥୁଅ।

ମୁଁ କବିଟିଏ

ମୁଁ ମାଗୁଛି ମୋ ଶଦ୍ଦ

ମୋ ଶଦ୍ଦ ମୋତେ 

ସମସ୍ତେ ଲେଉଟାଇ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ଏକ ଅମାନିଆ ମନ

ମୋତେ ନଦୀ ହୋଇ 

ମୋ ଇଛାରେ ବହିଯିବାକୁ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ଏକ ଜୀବନ୍ତ ହୃଦୟ

ମୋତେ ଜୀବନସଂଗୀତ 

ସୁସ୍ବରେ ଗାଇବାକୁ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ଏକ ନିଃସଙ୍ଗ ପ୍ରାଣ

ମୋତେ ପବନ ହୋଇ 

ଅନନ୍ତ ଆକାଶକୁ ଉଡିଯିବାକୁ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ଏକ ପରିବେଶ

ମୋତେ ପ୍ରକୃତି ର ସୌନ୍ଦର୍ଯ୍ୟରେ 

ବିମୁଗ୍ଧ ହେବାକୁ ଛାଡି ଦିଅ।

ମୁଁ କବିଟିଏ 

ମୁଁ ମାଗୁଛି ସତ୍ୟ ଆଉ ନ୍ୟାୟ

ମୋ କଲମ ଭାଙ୍ଗିବା ପରିବର୍ତ୍ତେ

ମୋତେ ସୁରକ୍ଷାର ବରାଭୟ ଦିଅ।

ମୁଁ କବିଟିଏ

ମୁଁ ମାଗୁଛି ମୋ ଜୀବନ

ମୋତେ ଜିଇଁ ଥାଉ ଥାଉ

ମରିବାକୁ କେବେ ଆଉ ନ କୁହ।

ମୁଁ କବିଟିଏ 

ମୁଁ ଚାହୁଁଛି ଟିକେ ସ୍ନେହ

ବିଦୃପ ଉପହାସ ନ କରି 

ମୋତେ ହୃଦୟରୁ

ଭଲପାଇବା ଟିକେ ଦିଅ। 

ମୁଁ କବିଟିଏ

 ବିନା କାହାର ଅନୁଗ୍ରହରେ

ମୋ ଆତ୍ମାରୁ ସୃଷ୍ଟ ଏ ଉପାଧିକୁ

ମୁଁ ସାଇତି ରଖିଛି

ଏହାକୁ କେବେ ଚୋରି କରି ନ ନିଅ।

ମୁଁ କବିଟିଏ

ମୋର ପରିଚୟ କବି ଭାବେ

ମୁଁ ବଞ୍ଚିବାକୁ ଚାହେଁ 

ପାରୁଛ ଯଦିଏହି ପରିଚୟକୁ 

ଜୀବନ୍ୟାସ ଦିଅ।

ମୁଁ କବିଟିଏ

ମୁଁ ଚାହୁଁଛି ମୋର ମୂଲ୍ୟ

ନାଁ ପ୍ରଶଂସା ପତ୍ର ,ନାଁ ଉତ୍ତରୀୟ 

ବାସ୍ ଥରେ ମୋତେ 

କବି ଭାବେ ଆପଣେଇ ନିଅ।



Rate this content
Log in

Similar oriya poem from Abstract