STORYMIRROR

Alaka Nanda

Tragedy

4  

Alaka Nanda

Tragedy

ମୁଁ ଗୋଟେ କଳାକାର

ମୁଁ ଗୋଟେ କଳାକାର

1 min
222


ମୁଁ ଗୋଟେ କଳାକାର,

ଅଭିନୟ କରି ନାନା ଚରିତ୍ର,

ଭୁଲିଗଲି ନିଜ ଅସ୍ତିତ୍ବ ମୋର।


ଦୂର ହେଇଗଲା ମୋ ପରିବାର,

ତୁଟିଗଲା ସବୁ ସମ୍ପର୍କ ମୋର,

ବେଳ ନ ପାଇଲି ମୁଁ ଯୋଡିବାର।


ପରିବାର ଛାଡି ଦିନ କୁ ଦିନ,

ନାଟକେ ହଜାଇ କଅଁଳ ମନ,

ପ୍ରେମ ପାଇଁ ହେଲା ଆକୁଳ ମନ।


ହାତ ବଢାଇବ କିଏ ମୋ ଆଡେ

ଚାଲିବି କା ସାଥେ ଏ ସଂସାରେ,

ଜୀବନ କାଟିବି କାହା ସାଥିରେ ।


ଜୀବନ ରେ କେତେ ଆସିଲେ ଗଲେ,

ଥରଥର କରି ହୃଦ ବିନ୍ଧିଲେ,

ମୋ ମନ କୁ କ୍ଷତ ବିକ୍ଷତ କଲେ।


ଅଭିନୟ ହୃଦଯ ରୁ ମୁଁ କଲି,

ସବୁ ଚରିତ୍ର କୁ ଜୀବନ୍ତ କରି,

ମଂଚ ରେ କେତେ ଚରିତ୍ର ସାଜିଲି।


ଅନ୍ୟ ଚରିତ୍ର ରେ ନିଜକୁ ଢାଳି,

କେତେବେଳେ ଗଲି ନିଜକୁ ଭୁଲି,

ଟେର ଟିକେ ତାର ମୁଁ ନ ପାଇଲି।


ହସ ,କାନ୍ଦ, ଭୟ,ଦର୍ଶକ ମନେ,

ଭରି ପାଉଥିଲି ଆନନ୍ଦ ଜୀବନେ,

ହେଲେ କାନ୍ଦୁ ଥିଲି ଏକାକୀ ପଣେ।


ଆଜି ଠିଆ ହେଇ ଭାବୁଛି ଖାଲି,

ଅଭିନୟ କରି କଣ ପାଇଲି?

ବାହାବା ସାଂଗକୁ କିଛି କରତାଳି,।


 ତଥାପି କାହିଁକି ମନ ମୋ ଦୁଃଖୀ,

ଛଟପଟ ହୁଏ ସୁଖ ପାଇଁକି?

ହାତ ବଢାଇ ମୁଁ ଖୋଜେ ଶାନ୍ତି କି ।


ଜିଇଁ ଏ ଜୀବନ କଳାକାରର,

ହାରିଛି ଜୀବନେ ସର୍ବସ୍ବ ମୋର,

ଛାଡି ମୋହ ମାୟା ପରିବାରର ।


ଜୀବନ କି ହୁଏ କଳାକାର ର

ମରି ବଞ୍ଚିଥାଏ ଥର କୁ ଥର,

ଚରିତ୍ର ବଦଳେ କେତେ ଯେ ବାର ।


ପଛେ ଛାଡି ସବୁ ଯାଏ ଆଗେଇ,

'ମୋର' କହିବାକୁ କେହି ତ ନାହିଁ,

ଚାହିଁଚି କେବେ ମୋ ଜଳିବ ଜୁଇ ।


ଜୀବନ ଟା ସାରା କରି ଅଭିନୟ,

ଅନ୍ତରେ କାନ୍ଦେ ବାହାରେ ହସେ ସେ,

ଏଇ ତାର ପରିଚୟ।


Rate this content
Log in

Similar oriya poem from Tragedy