Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Mishra

Tragedy

4.8  

Santosh Mishra

Tragedy

ମୁଁ ଏକା

ମୁଁ ଏକା

1 min
207


ସେ ଦିନ

ମୋ ପାଦ ତଳେ

ପଡୁ ନ ଥିଲା, 

ପାଟି ବନ୍ଦ

ହେଉ ନ ଥିଲା,

ମୋ କଥା ସମସ୍ତଙ୍କୁ

ଚକିତ କରି ଦେଉଥିଲା ।


ଆଜି, ମୋ ପୁଅ

ଆମ ସ୍ୱପ୍ନ ପୁରା କରି

ଉଡାଯାହାଜରେ ବସିବ

ବିଦେଶ ଯିବ,

ତା ବୋଉ ଥିଲେ

କେତେ ଖୁସି ହୁଅନ୍ତା

ଏଣିକି ମୋର

ଆଗକୁ ନାହିଁ

କି ପଛକୁ ନାହିଁ

ପୁଅର ଖୁସିରେ

ମୋ ଖୁସି 

ଦୁଇ ଗୁଣିତ ହେବ ।


ଦୁଇ ଆଖିରେ

ଦି ବୁନ୍ଦା ଲୁହ ଦେଖି

ବାପା ! କାନ୍ଦୁଛ

ପୁଅ କହେ,

ନା ରେ ଧନ

ସ୍ବପ୍ନ ସାକାର ହେଲେ

ଖୁସିର ଲୁହ ବୋହେ ।


ଶୂନ୍ୟ ଘରେ

ବାସନ କୁସନ ଗଡୁଛି

ସନ୍ତାନକୁ ବଡ଼ କରି

ଚାଲାକ୍ ନା ବୋକା,

କାହିଁକି ନା

ସମୟର ଅପରାହ୍ନରେ

ମୁଁ ଏକା ।


Rate this content
Log in