STORYMIRROR

Mamatamanjari Das

Romance

3  

Mamatamanjari Das

Romance

ମୁଁ ଭଲପାଏ

ମୁଁ ଭଲପାଏ

1 min
496

ମୁଁ କବି ନୁହେଁ

କିନ୍ତୁ ମୁଁ ଭଲପାଏ

ସାଧା କାଗଜ କୁ

ଏବେ ନୁହେଁ

ନିଜ ହେତୁ ହେଲା ଦିନୁ

ମୁଁ ଖେଳେ ତା'ସହ ସବୁବେଳେ

କେବେ ଚିତ୍ରଟିଏ ଆଙ୍କି ତ

କେବେ ଗପ ଟିଏ ଲେଖି

ତାର ଶାନ୍ତ ବୁକୁରେ

ମୁଁ ଉତାରି ଦିଏ ମୋ ହୃଦୟର

ସବୁ ଅକୁହା କଥାକୁ


ମୁଁ ଭଲପାଏ

ସମଦ୍ର ର ଶାନ୍ତ ଜଳ ରାଶିକୁ

ସମୁଦ୍ର ବେଳାରେ ଏକାନ୍ତରେ ବସି

ଗଣିବାକୁ ମୁଁ ଭଲପାଏ

ତା' ବିଶାଳ ବକ୍ଷରେ ତରଙ୍ଗାୟୀତ

ନୀଳ ଉର୍ମୀ ମାଳକୁ


ମୁଁ ଭଲପାଏ

ନିର୍ଜନ ରାତିର ନିର୍ଜନ ତାକୁ

ଯେଉଁଠି ନଥାଏ କୋଳାହଳ

ଆପଣା ପର ର ଭେଦ ଭାବ

ଖାଲି ଥାଏ ନୀରବତାର ପାଦ ଚିହ୍ନ

ଆଉ ମୁଁ ସାଉଁଟି ଚାଲିଥାଏ

ମୋ ସ୍ମୃତିର ଅଳିଆ ଗଦାକୁ


ମୁଁ କେବେ ଭଲ ପାଏନି

ଯୈଉବନର ପ୍ରାରମ୍ଭରେ ପାଦ ଥାପିଥିବା

ପ୍ରମିକ ଓ ପ୍ରେମିକାର

ଉଦ୍ଦାମ ହସକୁ

ଏତ ଜୀବନର ଆରମ୍ଭ ମାତ୍ର

ଦେଖ , ତୁମ ଜୀବନର ଚକ

କେଉଁ ଆଡେ ଯିବ

ତୁମ ସମ୍ପର୍କରେ ଅତୁଟତା

କେତେ ଦିନ ରହିବ

କିମ୍ବା ଉପହାର ସାଉଁଟୁ ସାଉଁଟୁ

ସମ୍ପର୍କରେ ପୂର୍ଣ୍ଣ ଛେଦ ହେବ


ମୁଁ ଭଲପାଏ

ବୟସର ଅପରାହ୍ନ ରେ

ହାତ ଧରା ଧରି ହୋଇ

ଚାଲୁଥିବା ସେଇ ବୃଦ୍ଧ ଦମ୍ପତି ଙ୍କୁ

ନିଜକୁ ହଜାଇ ଦିଏ

ତାଙ୍କ ପ୍ରେମର ଆବିଳତା ଭିତରେ

ଯେଉଁଠି ନା ଥାଏକିଛି ପାଇବାର ଆଶା

ନା କିଛି ହରାଇ ବାର ଦୁଃଖ

ଥାଏ ଖାଲି ପ୍ରେମ ଆଉ ପ୍ରେମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance