Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoj kumar Maharana

Abstract Fantasy

3  

Manoj kumar Maharana

Abstract Fantasy

ମୁଁ ଆସୁଛି

ମୁଁ ଆସୁଛି

1 min
243


ମୁଁ ମାୟା ସାଥେ ଯୁଦ୍ଧ କରି

ତାକୁ ଯୁଦ୍ଧରେ ହରାଇବି ।

ତା' ଦେହକୁ ଖଣ୍ଡ ଖଣ୍ଡ କରି

ମୁଁ ଚିଲକୁ ଖାଇବାକୁ ଦେବି।

ମୁଁ ଲୋଭ କାମନାକୁ ପଙ୍ଗୁ କରି

ତାକୁ ଅଗ୍ନିକୁଣ୍ଡରେ ପକାଇବି ।

ମୁଁ ହିଂସାକୁ ପ୍ରେମେ ବଶୀଭୂତ କରି

ଅହିଂସା ରାଜ୍ୟେ ତାକୁ ନେଇ ରଖିବି ।

ସମସ୍ତ କୁକର୍ମ ତ ମିଥ୍ୟା,ପାପ ପରି 

ତାକୁ ପ୍ରେମ ସିନ୍ଧୁରେ ବୁଡ଼ାଇ ରଖିବି ।

ମହାନିଦ୍ରା ସେଇ ମୃତ୍ୟୁକୁ ମୁଁ ଗୁଣି କରି

ତା' ଆଗରେ ପୂଣ୍ୟ ଖଡ୍ଗ ଧରି ଠିଆହେବି ।

ମୁଁ ପାପୀ ଅଧର୍ମୀଙ୍କୁ ମାରିବା ପାଇଁ

ତାଙ୍କ ପାଖକୁ ମୃତ୍ୟୁକୁ ପଠାଇବି ।

ମୁଁ ଉତ୍ତମ ପୂଣ୍ୟାତ୍ମା ଲୋକଙ୍କୁ ନେଇ

ପ୍ରଣୟ ନଗରୀରେ ରଖି ଆସିବି ।

ଶେଷରେ ସୈନ୍ୟ ଶୂନ୍ୟ ଯୋଗୁଁ ମହାରାଜା କଳି

ନିଷ୍ପତ୍ତି ନେବେ ଯେ,ମୁଁ ଏ ସଂସାରକୁ ଛାଡ଼ିଵି ।

ତା'ପରେ ମୁଁ ଆସିବି

ଏ ସଂସାରକୁ ନୂଆ ରୂପରେ ।

କଳିଯୁଗର ସମସ୍ତ ଭଲ ମଣିଷଙ୍କୁ ଧରି 

ଆଉ ତା ସାଥେ ସତ୍ୟ ପ୍ରେମ୍ ପୂଣ୍ୟକୁ ସାଥେ ଆଣିବି ।

ସତ୍ୟର ମୁକୁଟ ପିନ୍ଧି, ପୂଣ୍ୟର ତରବାରି ଧରି

ପ୍ରେମର ପୋଷାକ ପିନ୍ଧି, ଆନନ୍ଦର ରଥରେ ଆସିବି ।

ତୁମେ ଭଳମଣିଷ ହୁଅ; ପାପ କର୍ମକୁ ତ୍ୟାଗ କରି

ମୁଁ ତୁମକୁ ମୋ ରାଇଜରେ ବହୁତ ଖୁସିରେ ରଖିବି ।

ମୁଁ ସତ୍ୟ ! ମୁଁ ହିଁ ସତ୍ୟଯୁଗ

ମୁଁ ଆସୁଛି ଏ ସଂସାରକୁ ।

ତୁମେ ଭଳ ମଣିଷ ହୋଇଯାଅ

ଆଉ ମୋ ବାଟକୁ ଚାହିଁ ବସିଥାଅ ।

ମୁଁ ଆସିବି ଓ ରହିବି

ମୁଁ ତୁମକୁ ନେଇଯିବି ପରମାତ୍ମଙ୍କ ପାଖକୁ ।

ତୁମେ ଧୈର୍ଯ୍ୟଧରି ଅପେକ୍ଷା କର

ମୁଁ ଆସୁଛି ମୁଁ ଆସୁଛି ମୁଁ ଆସୁଛି ।


Rate this content
Log in

Similar oriya poem from Abstract