ମଉଳା ଅପରାହ୍ନ
ମଉଳା ଅପରାହ୍ନ
ଦୀର୍ଘ ସୁସୁପ୍ତିର ତନ୍ଦ୍ରା ଛିନ୍ନ କରି
ଅସ୍ତରାଗେ ଅପରାହ୍ନ,
ଗୋଧୂଳୀ ଲଗନେ ବସାଏ ମଂଗନ
ନିରେଖିଣ ମଲାଜହ୍ନ ॥
ଛାୟାକାନ୍ତ ଲୁଚି ମୁଣ୍ତିଆ ପାହାଡେ
ବିଦାୟ ବରଣ ମାଳେ,
ଛାୟାରାଣୀ ପଦେ ବନ୍ଦନା ବାଢନ୍ତି
ପଦାର୍ପଣେ ମହୀତଳେ ॥
ମୟୁରୀ ବରନା ସଜାଡି ଦୀପାଳି
ମାନସିକ ମନେ ଭଜେ,
ପ୍ରକୃତି କୁଂଜରେ ଗୁଂଜେ ଗୁଂଜରଣ
ପ୍ରକୃତି ରାଣୀ ପାଉଁଜେ ॥
ଦୂର ବେଦଧ୍ୱନୀ ଝଂକାରେ ଅବନୀ
ସାଜିଛି ପବିତ୍ର ଗୁହା,
ଶୁଭ ଶଂଖନାଦେ ପଗଡି ପିନ୍ଧିଛି
ସଂଜୀବନୀ ପ୍ରାଣନାହା ॥
ବିପାକ ବେଦନା କରଇ ବନ୍ଦନା
ମୁହଁ ସଂଜେ ଲୁଚିଲୁଚି,
ମୁଗୁନି ପଥରେ ଭାଗ୍ୟ ପରଖୁଛି
ସାଜି ମହର୍ଷି ଦଧିଚୀ ॥
ପାପାଂକୁଶ ଦେହେ ମଉଳା ସପନ
ସଳିତାର ଅବଶେଷ,
କାଳ ମସିଣାରେ ଗାଏ ରାମନାମ
ଜୀବନର ଅଣଚାଶ ॥
