STORYMIRROR

Prabhanjana Tripathy

Abstract Others

4  

Prabhanjana Tripathy

Abstract Others

ମୁକୁଳା

ମୁକୁଳା

1 min
424


ମନେ ଅଛି ମୋର ମାର୍ଗଶୀରର

ଜୁକ୍ଜୁକି କୁହୁ କାଳ,

ଗାଁ ପ୍ରାନ୍ତର ତୋଟା ପୋଖରୀରେ

ଭାସି ଯାଉଅଛି ବାଳ....


ଲାଗିଅଛି ନିଆଁ ପୋଖରୀ ପାଣିରେ

ଉଠୁଅଛି ତାଜା ହାଉ

କାମନା ଅଗ୍ନି ତେଜିଆନ ହୋଇ

ଉଦ୍ଗରେ ସ୍ବର୍ଣ୍ଣି ଦେହୁ....


ହଳଦୀ ଦେହୀ ସେ ଆଗ୍ନେୟ ଗୀରି

ଉଛୁଳି ଉଛୁଳି ଖେଳେ

ଅଦ୍ଭୁତ ସେହି ଅପୂର୍ବ କି-ବେଶ

କହଁଳ କୁହୁଡି ବେଳେ....


ଜୀବନ୍ତ ଦଗ୍ଧ ହୋଇ ସାରିଥିଲା

ମସ୍ତିଷ୍କ ଚେତନା ମୋର

ଆଚମ୍ବିତ ସେ ନୀରଯୌବନା

ଧନ୍ୟ ରୂପରେଖ ତାର....


ମୁକୁଳିତ କେଶେ' ଅଳ୍ପ ଉଲଗ୍ନ

ପତଳା ବସ୍ତ୍ର ଓଢ଼ି

ହଳଦୀ ଦେହରେ ଉରୁପର୍ଯ୍ୟନ୍ତ

ବିଖରୀ ଯାଇଛି ଶାଢ଼ୀ....


ଅସହ୍ୟ ହୋଇ ପୋଖରୀର ନୀର

ଖେଳାଇ କମ୍ପେ ତରଙ୍ଗ

ଉଖୁଳି ଉଠଇ ପାତାଳ ପାଣି

ତପସ୍ୟା କରି ଭଙ୍ଗ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract