STORYMIRROR

Trushna Das

Romance Tragedy

3  

Trushna Das

Romance Tragedy

ମୁକ୍ତ ଆକାଶର ପକ୍ଷୀ

ମୁକ୍ତ ଆକାଶର ପକ୍ଷୀ

1 min
352

ମୁକ୍ତ ଆକାଶର ପକ୍ଷୀ ଥିଲି ମୁଁ 

କେତେ ଖୁସିରେ ଖେଳି ବୁଲୁ ଥିଲି ମୁଁ 

ତୁମ ସହ ଦେଖା ହେବା ଆଗରୁ 

ଜାଣି ନ ଥିଲି ଦୁଃଖ କଣ ମୁଁ ।


ମୁକ୍ତ ଆକାଶର ପକ୍ଷୀ ଥିଲି ମୁଁ 

ବର୍ଷା ଦେଖି ଖୁସି ହେଉଥିଲି ମୁଁ 

ସାଙ୍ଗ,ପରିବାର ସହ ଖୁସିରେ ରହୁ ଥିଲି ମୁଁ 

ତୁମ ସହ ଦେଖା ହେଲା ପରେ ମୁଁ 

ଜାଣିଲି ଜୀବନର ପ୍ରକୃତ ରୂପ କଣ। 


ମୁକ୍ତ ଆକାଶର ପକ୍ଷୀ ଥିଲି ମୁଁ 

ବସା ବାନ୍ଧି ଥିଲି ତୁମ ପାଖେ ମୁଁ 

ଭାବି ଥିଲି ମୁଁ ତୁମେ ରକ୍ଷା କରିବ ମୋତେ ତୁମ ପିଞ୍ଜରାରେ

ସାଥୀ ହୋଇ ଉଡିବା ଆମେ ଏଇ ମୁକ୍ତ ଆକାଶରେ

ହେଲେ ତୁମେ ଚାହିଁ ଥିଲ କାଟିବାକୁ ମୋର ପର

ମୋତେ ବେସାହାରା କରି ଚାଳି ଗଲ ମୋତେ କରି ପର।


ମୁକ୍ତ ଆକାଶରେ ପକ୍ଷୀ ଥିଲି ମୁଁ 

ଜହ୍ନର ଠିକଣା ଖୋଜି ତୁମଠାରେ ପହଞ୍ଚିଲି ମୁଁ 

ତୁମ ସହ ବିବାହ ପାଇଁ ନେଇ ଥିଲି ଜୀବନର ଶେଷ ନିଷ୍ପତ୍ତି ମୁଁ 

ଆଜି ଅନୁତାପ କରୁଛି ମୁଁ 

ଦାଦନ ହୋଇ ଘୁରି ବୁଲୁଛି ମୁଁ 

ତୁମ ସହ ଦେଖା ହେବା ଥିଲା ଜୀବନର ଦୁର୍ଘଟଣା ଆଜି ବୁଝି ପାରୁଛି ମୁଁ। 


ମୁକ୍ତ ଆକାଶର ପକ୍ଷୀ ଥିଲି ମୁଁ 

ଆଜି ବର୍ଷା ଦେଖି କାନ୍ଦୁଛି ମୁଁ 

ତୁମ ଛଳନାମୟୀ ପ୍ରେମକୁ ବୁଝି ପାରିଲି ନାହିଁ ମୁଁ 

ତୁମ ସାଥୀ ହୋଇ ରହିବା ପାଇଁ ଏକା ରହି ଗଲି ମୁଁ 

ଇଚ୍ଛା ହେଉଛି ବର୍ଷା ପାଣିରେ ଆଖି ଲୁହ ହୋଇ ବୋହି ଯିବି ମୁଁ।


ମୁକ୍ତ ଆକାଶର ପକ୍ଷୀ ଥିଲି ମୁଁ 

ମନେ ପଡେ ତୁମ ସହ ବିତି ଥିବା ସ୍ମୃତି 

ଦେଖାଇ ଥିବା ସେ ସପନର ରାତି

ମନ କରୁଛି ଏବେ ବିଦ୍ରୋହ ନିତି

ଇଚ୍ଛା ହେଉଛି ଦେଖିବାକୁ ଆଉ ଥରେ ସେ ସପନ

ହେଲେ ମନ କୁହେ ନା ନା.... ତୁ ଦେଖନା ଆଉ ସେ ସପନ

ସବୁ ଅଛନ୍ତି ଏଇଠି ସପନର ସୌଦାଗର 

କେହି ବୁଝି ପାରିବେନି ବିଦ୍ରୋହ ତୋ ମନର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance