STORYMIRROR

jamini dash

Abstract Others

3  

jamini dash

Abstract Others

ମୁଖା

ମୁଖା

1 min
182

 ଏଠି ସବୁବେଳେ ଭିଡ଼ 

ସକାଳେ ,ସଞ୍ଜରେ , ଦିନ ଦ୍ବିପହରରେ।

ରାସ୍ତାରେ ହୋଟେଲରେ ପାର୍କରେ

ଏମାନେ ସମସ୍ତେ ଏକଜୁଟ ହୁଅନ୍ତି

ନିଜ ନିଜ କାର୍ଯ୍ୟରେ ନିଜ ସମୟରେ।


ଚାଲୁ ଚାଲୁ ଅନେକ ଲୋକଙ୍କ ସହିତ 

ଦେଖା ହୁଏ , ଧକ୍କା ହୁଏ ।

ଏମାନେ ଆସନ୍ତି ଭିନ୍ନଭିନ୍ନ ରୂପରେ,

ଭିନ୍ନ ଭିନ୍ନ ବେଶରେ।


ଏଠି ସମସ୍ତେ ଲୁଚି ରହିଥାନ୍ତି ,

ଦାମି ପୋଷାକ , ଆଭିଜାତ୍ୟତଳେ,

ତୁଳସୀ ମାଳା ଗୈରୀକ ପରିଧାନ ଓ

ଚିତା ଚୈତନ୍ୟ ତଳେ।

ଏମାନଙ୍କ ଦାମି ପାଉଡର ଓ ପରଫ୍ୟୁମ ବୋଳା

ସଫେଦ ଚେହେରା ତଳେ ଲୁଚି ରହିଥାନ୍ତି ,

ଲକ୍ଷ ଲକ୍ଷ ରାବଣ ସକୁନି ମନ୍ଥରା ଏବଂ

ସୀତାଙ୍କୁ ବାଟ ଭୁଲେଇଥିବା ମାୟାମୃଗ।


ଏମାନେ ସମସ୍ତେ ମୁଖା ପିନ୍ଧାଭଦ୍ରଲୋକ ,

ସରଳତାର ମୁଖା ତଳେ ଏମାନେ ଲୁଚେଇ ରଖନ୍ତି 

ନିଜର କୁସି୍ତ କଦାକାର ରୂପ ଓ

କଳାକାରନାମାର ମାୟାନଗରୀକୁ ।

କାହିଁକି ନା ଏମାନେ ସମାଜର ଜଣାଶୁଣା ଭଦ୍ରଲୋକ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract