Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binay Mohapatra

Abstract

3  

Binay Mohapatra

Abstract

ମୁହୂର୍ତ୍ତ

ମୁହୂର୍ତ୍ତ

1 min
7K


କେବେ କେମିତି
ମୁହୂର୍ତ୍ତ ମାନେ, ନବ ବଧୂର
ପାଉଁଜିର ତାଳେ ତାଳେ
ଧୀର ମନ୍ଥର ଗତିରେ,
ଲାଜେଇ ଲାଜେଇ ଆସନ୍ତି ।
ମନ ହୁଏ,
ଜାବୁଡି ଧରନ୍ତି କି ସେମାନଙ୍କୁ,
ନିବିଡ ବାହୁ ବନ୍ଧନରେ,
ଏବଂ ସେମାନଙ୍କ କାନ ରେ
ଚୁପି ଚୁପି କହି ଦିଅନ୍ତି,
ବଡ ମୁସ୍କିଲ୍ ରେ ଧରା ଦେଇଛ,
ତୁମକୁ ମୁଁ ଆଉ କେବେ ବି,
ଯିବାକୁ ଦେବିନି ।
ହେଲେ, ନୁଆ ବୋହୂ ଲାଜେଇ ଯାଏ,
ଆଲିଙ୍ଗନରୁ ମୁକୁଳିବାକୁ ଛାଟି ପିଟି ହୁଏ।
ଏବଂ ମୁହୂର୍ତ୍ତ ମାନେ
ବେଗମତୀ ନଦୀଟିଏ ପରି
ଫିସଲି ଯାଆନ୍ତି ତୈଳାକ୍ତ ହାତରୁ ।
ଜଣା ପଡେନି, ସୁଖର ମୁହୂର୍ତ୍ତ ମାନେ,
ସତରେ କେବେ ଜୀବନରେ,
ଆସିଥିଲେ କି ନାହିଁ ।

ବେଳେ ବେଳେ ମନେ ହୁଏ
ଏଇ ଦୁଃଖର ମୁହୂର୍ତ୍ତ ମାନେ,
ନ ଆସନ୍ତେ ହେଲେ,
ଦେଖିବାକୁ ମନ ହୁଏନା,
ସେ ପୋଡାମୁହାଁ ମୁହୂର୍ତ୍ତ ମାନଙ୍କୁ ।
ମନ ହୁଏ ତାଙ୍କ ମୁଁହ ଉପରେ
କବାଟ ବନ୍ଦ କରି ଦିଅନ୍ତି,
ଠିକ୍ ଅଛି, ଆସିଲେ ଯଦି ଆସନ୍ତୁ,
ସକାଳର କୁଣିଆଁ,
ସଂଜରେ ବାହୁଡି ଗଲେ ଭଲ ।
ହେଲେ, ଏ ଦୁଃଖର ମୁହୂର୍ତ୍ତ ମାନେ,
ପ୍ରହାରେଣ ଧନଞ୍ଜୟ ଠାରୁ ବି ନିଲଠା ।
ଧକ୍କା ମାରିଲା ପରେ ବି
ଖୁବ୍ ଧୀରେ ଚାଲୁ ଥାନ୍ତି ।

****$****


Rate this content
Log in

Similar oriya poem from Abstract