ମସୁଧା
ମସୁଧା


ମସୁଧା
---------
ମୂର୍ତ୍ତି ଟିଏ ଧଳା ଚାଦର ତଳେ
ଝୁକି ପଡ଼ିଛି ଯେମିତ
ଏ ଝୁକିବା ପଣ ଟା
ତା ବୟସ ର ନୁହେଁ,
ନା ଦୁର୍ବଳ ମନ ର
ତା ଅଧୁରା ରାସ୍ତା ର ଗୁଣୁ ଗୁଣୁ ସ୍ୱର
ଯାହା ତା କାମନା ରେ ପ୍ରତିଧ୍ବନିତ
ଅଧା ଗଢ଼ା ପ୍ରେମ ମୂର୍ତ୍ତି ଭଳି......।
ମୁଁ ଦେଖେ ସେ ଚେହେରା କୁ
ହସ ର ଲାଳିତ୍ୟ ରେ ବନ୍ଧା
ଚିକଣ ଦୁଧିଆଳି ଜହ୍ନ ପରି
କାରୁଣିକ ଭାବ,
ଅନ୍ତର ରେ
ବିଶାଳ ସମୁଦ୍ରର ଉନ୍ମୁକ୍ତ ତରଙ୍ଗ
ପିଟି ହେଉଛି ଯେମିତି
ତୁହାକୁ ତୁହା ଅସଂଖ୍ୟ ଫେଣ ରେ ।
ନୀୟତି ର ବ୍ୟାଖ୍ୟାରେ
ଅକୁହା ସତ୍ୟଟେ ରେଖା ଟାଣି ବସିଛି
ଜୀବନ ରାସ୍ତାରେ ।
ଜନ୍ମ ର ଜାତକ ଟେ ଲେଖେ ନୀୟତି
ଜୀବନ ଅଛି ତ କର୍ତ୍ତବ୍ୟ ଅଛି,
କାହା ହାତରେ ଛୁଇଁ ଯାଇଥିବା
ସ୍ପର୍ଶ ଟିଏ ଅଛି,
ଝୁକି ପଡ଼ି ଥିବା ଆଖିରେ
ପ୍ରେମ ଟିଏ ବି ଅଛି ।
ତେବେ ନାହିଁ କ'ଣ.....?
ମନ ର ସୁରଭି ଆଉ
ବଞ୍ଚିବାର ମସୁଧା
ଯେଉଁଠି ଦୀର୍ଘ ଶ୍ବାସ ଟିଏ
ଶୂନ୍ୟତା ରେ ଆର୍ତ୍ତନାଦ କରେ ।
ଯେଉଁ ପ୍ରେମ କୁ ନ୍ୟାୟ ଦେବା ଆଳରେ
ଅସଂଖ୍ୟ ରାତ୍ରି ବିତିଯାଏ
ଉନିଦ୍ର ପ୍ରହରେ ।
କିଏ ବା ବୁଝେ ସେ ମନ କୁ....?
ମନ ର ତରଙ୍ଗ ଟେ
କାଳି ହୋଇ ଛୁଇଁ ଯାଏ
କାନ୍ ଭାସ୍ ରେ ସେ ଅଙ୍କିତ
ଆକାର ଉପରେ ।
ସେ ଆକାର କୁ ସେ ଦର୍ପଣ ଭାବେ
ନୀତି ଦେଖେ ତାକୁ
ତା ମନ ର ଚିତ୍ରରଥ ପରି ।
ସମ୍ବେଦନଶୀଳ ପ୍ରାଣ ରେ
ପ୍ରାଚୁର୍ଯ୍ୟ ଭରେ କ୍ଷଣିକ ର ଆବେଗ ରେ
ଯେମିତି ସେ ହିଁ ସେ ନିଶ୍ୱାସ ରେ
ଶେଷ ସଂଚରିତ ପ୍ରାଣ
ସେ ହିଁ ସୂକ୍ଷ୍ମ ଭାବନାର ମସୁଧା ।