STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ମଶାଣିର କଥା

ମଶାଣିର କଥା

1 min
11


ମୁଁ ମଶାଣି....

ମୋ' ଭିତରେ ସମାହିତ ହୁଏ ଅଜସ୍ର ଅହଙ୍କାର 

ମୋ' ଅଗ୍ନିରେ ବିନାଶ ହୁଏ ଗର୍ବ, ଦର୍ପ ଓ ସବୁ ଦମ୍ଭ

ସବୁ ପାପପୂଣ୍ୟ କୁ ମୁଁ ହିଁ ଆତ୍ମସାତ କରେ ମାଟିରେ

ଶରୀରର ସର୍ବ ସୁଦର୍ଶନ ସୈାନ୍ଦର୍ଯ୍ୟ ମୋ' ଠାରେ ବିଲୀନ

ନିଃଶ୍ୱାସ-ପ୍ରଶ୍ୱାସର ମହାଯାତ୍ରା ମୋ' କୋଳେ ହିଁ ସମାପନ,


ମୁଁ ମଶାଣି....

ସର୍ବ ରୋଗର ଶେଷ ଚିକିତ୍ସା ମୁଁ ହିଁ କରେ

ମୋ' ବକ୍ଷରେ ହିଁ ମୃତ ଶରୀର ନିଏ ଶେଷ ବିଶ୍ରାମ 

ଜୀବନର ସବୁ ଶୁଭମୟ ଅନୁଷ୍ଠାନର ମୁଁ ଅଶୁଭ ସ୍ଥାନ

ମୋ' ପାଖରେ ଜୀବନ ଓ ମୃତ୍ୟୁର ହୁଏ ସାକ୍ଷାତକାର 

ଏକ ସମୟରେ ଲୁ‌ହ ଓ ନିଷ୍ଠୁରତା ଏଇଠି ହୁଏ ଦୃଶ୍ୟମାନ,


ମୁଁ ମଶାଣି....

ଜୀବନର ବଡ଼ ଓ ମହତ ଶିକ୍ଷା ମୋ' ପାଠଶାଳାରେ

ମୋ' ପାଖ ଦିଶେ ମିଛ,ମାୟା, ମୋହ ଓ ସତ୍ୟ-ବାସ୍ତବର‌ ଚିତ୍ର

ଅଗ୍ନିର ପ୍ରକୋପ ଦେଖି ଏଠି ଶୁଖେ ଲୁହ କୋହ ହଜିଯାଏ 

ବିଷଧର ହେଉ ଅବା ଅମୃତ ମଣିଷର ମନ ଏଇଠି ସମାନ

ମୋ' ଆଳୟରେ ହିଁ ସବୁ ଜୀବ ହୁଏ ଈଶ୍ୱର ସମାନ।



Rate this content
Log in

Similar oriya poem from Abstract