STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ମରୁଝର

ମରୁଝର

1 min
186

ନିଜ ଲୁହ କେବେ ନିଶା ରେ ଝୁମାଏ ପି ପି ବାରବାର, ନିଜ ଆଖି ସାକ୍ଷୀ ଦିଏ ଥରେ ଥରେ ଗୁନ୍ଥି ଶବ୍ଦ ର ଗଜରା ହାର.

ନିଜେ ତ ନିଜକୁ ଠକେ ଏ ମଣିଷ ପିଇକି ବିଷ ପିୟୁଷର ଝର ମୁଁ ଏଠି ମିଛରେ ଖୋଜୁଛି ତୁଛାରେ ସାନ୍ତ୍ୱନା ର ମରୁଝର.

ଦୂର ଦିଗବଳୟ ମିଶିଛି ଯେଉଁଠି ଶୁନ୍ୟରେ ଆଳାପ ତାର,ତମେ କହିଦିଅ ଥରେ,

ମଳୟ ବଣରେ ପାଉଁଶ ରେ ନିଆଁ ଲାଗେ କିଆଁ ବାରବାର. 

     ମୁଁ ଆଉ ମୋର ନୁହେଁ ଶତ ଥର କହିଲେ କହୁଛ କିଏ ଅବା ଏଠି କାର.

ହୃଦୟ ଦୁଆର ଖୋଲି ଦେଖ କିଆଁ ଶୂନ୍ୟ ମୁଖଶାଳା ମନ୍ଦିରର.

ବୁଝେ ନାହିଁ ମୁହିଁ ନିଜର କେ ପର, ଆନ୍ତରିକତା ଭିତରେ ଦେଖେ ମୁଁ ଦେଵଦାସି ର କଥା କୁହା ସେ ଘୁଙ୍ଗୁର,

ଆଜିବି ତୋଳେ ଯେ ନିଶବ୍ଦ ନିଥର ପଥର ଦେହରେ ଆବେଗର ନିଦାଘ ମେଘ ମଲ୍ହାର.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract