STORYMIRROR

Debabrata Mishra

Abstract Action Classics

4  

Debabrata Mishra

Abstract Action Classics

ମୃତ୍ୟୁର ଜୀବନ

ମୃତ୍ୟୁର ଜୀବନ

1 min
6


ମୃତ୍ୟୁ ଏବେ ଅନ୍ତଃ ଦୁନିଆର ସମ୍ରାଟ 

ହସୁଛି, ହସିହସି ତାତ୍ସଲ୍ୟ କରୁଛି ଜୀବନକୁ

ବିଦ୍ରୁପର ବାଣରେ କ୍ଷତାକ୍ତ କରୁଛି,

କହୁଛି ହେ ଜୀବନ..!

ତୁମେ ଏବେ କାନ୍ଦିବାର ଅଧିକାର 

ହରାଇବସିଛ ତୁମେ କାନ୍ଦିଲେ ବି ମିଛ,

କହୁଛି ହେ ଜୀବନ..!

ତୁମେ ଏବେ ହସିବାକୁ ଡ଼ରୁଛ 

କେବେ ହସିଲେ ତୁମ ଲୁହ ଦେଖୁନି ସମାଜ,

ମୋତେ ଦେଖ ଥରେ

ମୁଁ ମୃତ୍ୟୁ, ତୁମ ଭିତରେ ରହି

ହସୁଛି ମୁକ୍ତରେ ପ୍ରଚଣ୍ଡ ଶବ୍ଦରେ ହସ ।।


ହେ ଜୀବନ ତୁମେ ଦୟାର ପାତ୍ର 

ତୁମେ ବଞ୍ଚିଲା ପରି ଦିଶୁଛ କେବଳ ଦିଶୁଛ

ଦେଖ ଥରେ ମୋତେ 

ମୁଁ ମୃତ୍ୟୁ ହୋଇ ବି ବଞ୍ଚୁଛି 

ତୁମରି ଭିତରେ ଏକ ରାଜକୀୟ ଜୀବନ,

ତୁମ ଲୁହ, କୋହ, ମୋହ ଓ ମାୟା

ସବୁ ମୋର ଅତି ଆପଣାର ସମ୍ପଦ,

ତାତ୍ସଲ୍ୟର ହସ ଓଠରେ ରଖି

ମୃତ୍ୟୁ କହୁଛି ଜୀବନକୁ

ହେ ଜୀବନ ହେ ପୋଡ଼ା ଜୀବନ 

ଧିକ୍କାର ତୁମକୁ ତିରସ୍କାର ତୁମକୁ

ତୁମେ ଜୀବନ ନାମରେ ପରିଚିତ ହୋଇ ମୃତ୍ୟୁ 

ମୁଁ ମୃତ୍ୟୁ ନାମ ପାଇ ମଧ୍ୟ ଜୀବନ୍ତ

ଦେଖ ମୋର ବିରାଟ ଭୟଙ୍କର ବେଶ।


ହେ ଜୀବନ ତୁମେ ଦୟାବାନ୍ ହୋଇ କାନ୍ଦୁଛ

ମୁଁ ନିର୍ଦୟ ହୋଇ ହସିପାରୁଛି,

ମାନ, ଅଭିମାନ ସବୁ ତୁଚ୍ଛ ତୁମର

ଦେଖ ମୋତେ ତୁମେ ଥରେ

ମୁଁ ମୃତ୍ୟୁ ମୁଁ ସିଂହ ପରି ବଞ୍ଚୁଛି 

ତୁମ ଭିତରର ମହାନ୍ ସ୍ୱପ୍ନ ସବୁ ମୋର ଖାଦ୍ୟ,

ମୁଁ ମୃତ୍ୟୁ ହୋଇ ହସୁଛି

ବଞ୍ଚୁଛି ଏକ ରସମୟ ମହାରାଜା ଜୀବନ

ତୁମେ ଜୀବନ ହୋଇ ଜଳୁଛ 

ଜାଳୁଛ ପ୍ରତି ମୁହୁର୍ତ୍ତ ନିଜ ଭିତରେ ନିଜକୁ

ଦେଖ ମୋତେ ଦେଖ ଥରେ

ତୁମେ ଜୀବନ ପାଇଛ ଅନ୍ଧକାର ଓ ହତାଶ 

ମୁଁ ମୃତ୍ୟୁ ଏକ ମହାଶକ୍ତି ମୋ' ନିକଟେ ପ୍ରକାଶ।



Rate this content
Log in

Similar oriya poem from Abstract