STORYMIRROR

Lata Behera

Abstract

4  

Lata Behera

Abstract

ମୃତ୍ୟୁଞ୍ଜୟ

ମୃତ୍ୟୁଞ୍ଜୟ

1 min
393


ମୃତ୍ୟୁକୁ ଯିଏ ତ ଜୟ କରି ଥାଏ

    ମୃତ୍ୟୁଞ୍ଜୟ ସିଏ ହୁଏ

ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି

   ଅମରତ୍ବ ହେଇଥାଏ ।


ବ୍ରହ୍ମା ବରେ ବଳୀୟାର ହୋଇ କିଏ

   ମୃତ୍ୟୁଞ୍ଜୟ ହୋଇଥାଏ

ପ୍ରଭୁ ନାରାୟଣ ବର ପ୍ରାପ୍ତି ହେଇ

   ମୃତ୍ୟୁଞ୍ଜୟ ହୁଏ କିଏ ?


ଲଙ୍କପତି ରାବଣର ମୃତ୍ୟୁ ପରେ

   ବିଭୀଷଣ ରାଜା ହେଲେ

ପ୍ରଭୁ ରାମଚନ୍ଦ୍ର ବରଦାନ ବଳେ

    ମୃତ୍ୟୁଞ୍ଜୟ ହେଲେ ଭଲେ ।


ସୂର୍ଯ୍ୟଙ୍କୁ ଗିଳିବା ପାଇଁ ହନୁମାନ 

    ଆକାଶ ମାର୍ଗେ ଚଳିଲେ

ଇନ୍ଦ୍ର ବ୍ରଜଘାତେ ଚେତା ଶୂନ୍ୟ ହୋଇ

   ଧରା ତଳେ ପଡିଗଲେ ।


ପବନ ଦେବତା କ୍ରୋଧିତ ହୋଇଣ

    ବାୟୁ ବନ୍ଦ କରି ଦେଲେ

ସବୁ ଦେବତାଏ ଏକାକାର ହେଲେ

   ହନୁମାନ ବଞ୍ଚି ଗଲେ ।


ଶରୀରଟି ତାଙ୍କ ହୋଇଗଲା ବଜ୍ର 

   ମୃତ୍ୟୁଞ୍ଜୟ ସିଏ ହେଲେ

ରାମଙ୍କର ଭକ୍ତ ହୋଇଣ ମାରୁତି

   ଅମରତ୍ବ ଲାଭ କଲେ । 


ପିତା ଆଦେଶରେ ମାତା ହତ୍ୟା କରି   

     ପର୍ଶୁରାମ ଦୋଷୀ ହେଲେ

ମାତାଙ୍କୁ ବଞ୍ଚେଇ ଆର୍ଶୀବାଦ ବଳେ

     ମୃତ୍ୟୁକୁ ସେ ଜୟ କଲେ ।


ଗଙ୍ଗାଙ୍କର ପୁତ୍ର ପିତାମହ ଭୀଷ୍ମ 

     ଇଚ୍ଛା ମୃତ୍ୟୁ ପାଇଥିଲେ 

ଅର୍ଜୁନଙ୍କ ଶରଶଯ୍ୟାରେ ଶୋଇ ସେ

    ପ୍ରାଣ ତ୍ୟାଗ କରି ଥିଲେ ।


ସମୁଦ୍ର ମନ୍ଥନେ ଅମୃତର ଭାଣ୍ଡ

    ସମୁଦ୍ରରୁ ବାହାରିଲା

ମୋହିନୀ ରୂପରେ ପରଶିଲେ ବିଷ୍ଣୁ 

    କେତୁ ତାକୁ ଖାଇ ଦେଲା ।


ସୂର୍ଯ୍ୟ ଚନ୍ଦ୍ର ଦେବ ଠାରି ଦେଲେ ଯେବେ

   ବିଷ୍ଣୁ ଚକ୍ର ପେଶି ଦେଲେ

ଦୁଇ ଖଣ୍ଡ ହେଇ ରାହୁ କେତୁ ହେଲେ

   ଅଜର ଅମର ହେଲେ ।


ବାଜଶ୍ରବା ଋଷି ଯଜ୍ଞ ଆରମ୍ଭିଲେ

    ଗୋଦାନ ବ୍ରହ୍ମଣେ କଲେ

ଦେଖି ନଚିକେତା ମନ ଦୁଃଖ କରି

    ପିତାଙ୍କୁ ପ୍ରଶ୍ନ କରିଲେ ।


କାହାକୁ ମୋତେ ତ ଦାନ କରି ଅଛ

    ସତ କହି ଦିଅ ପିତା

ଯମକୁ ଯେ ଦାନ କରି ଦେଲି ଶୁଣି

    ଚଳି ଗଲେ ନଚିକେତା ।


ଯମଙ୍କ ଦ୍ୱାରରେ ଅପେଷା କରିଲେ

    ଦେଖିଣ ସେ ଜନ୍ତୁପତି

ଶେଷେ ନଚିକେତା ପାଶେ ପ୍ରବେଶିଲେ

    ଦେଖିଲେ ତାହାଙ୍କ ଭକ୍ତି ।


ପରୀକ୍ଷେ ଉତ୍ତୀର୍ଣ୍ଣ ହେଲେ ନଚିକେତା

    ଆଶୀର୍ବାଦ ତାଙ୍କୁ ଦେଲେ

ଯମ ବରଦାନ ପାଇ ନଚିକେତା

    ମୃତ୍ୟୁଞ୍ଜୟ ହେଇଗଲେ ।


ଭକ୍ତ ପ୍ରହ୍ଲାଦ ହେଲେ ମୃତ୍ୟୁଞ୍ଜୟ 

   ଧ୍ରୁବ ମୃତ୍ୟୁଞ୍ଜୟ ହେଲେ

ଦ୍ରୋଣ ପୁତ୍ର ଅଶ୍ବତ୍ଥମା ଯୁଗ ଯୁଗ

   ଅଜର ଅମର ହେଲେ ।


ଭଲ କର୍ମ କରି ମରି ଯାଏ ଯିଏ

   ମୃତ୍ୟୁଞ୍ଜୟ ହୁଏ ସିଏ

ଏ ସାରା ଜଗତ ତାର ଯଶ କୀର୍ତ୍ତି 

    ଗୁଣମାନ ଗାଉ ଥାଏ ।


ଅଜର ଅମର ହୋଇଥାଏ ସିଏ

    ଏଇତ ସାରା ବିଶ୍ବରେ 

ମରି ଅମର ସେ ହେଇ ରହି ଥାଏ

   ସବୁ ମନ ହୃଦୟରେ


Rate this content
Log in

Similar oriya poem from Abstract