ମୃତ୍ୟୁଞ୍ଜୟ
ମୃତ୍ୟୁଞ୍ଜୟ
ମୃତ୍ୟୁକୁ ଯିଏ ତ ଜୟ କରି ଥାଏ
ମୃତ୍ୟୁଞ୍ଜୟ ସିଏ ହୁଏ
ମହା ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି
ଅମରତ୍ବ ହେଇଥାଏ ।
ବ୍ରହ୍ମା ବରେ ବଳୀୟାର ହୋଇ କିଏ
ମୃତ୍ୟୁଞ୍ଜୟ ହୋଇଥାଏ
ପ୍ରଭୁ ନାରାୟଣ ବର ପ୍ରାପ୍ତି ହେଇ
ମୃତ୍ୟୁଞ୍ଜୟ ହୁଏ କିଏ ?
ଲଙ୍କପତି ରାବଣର ମୃତ୍ୟୁ ପରେ
ବିଭୀଷଣ ରାଜା ହେଲେ
ପ୍ରଭୁ ରାମଚନ୍ଦ୍ର ବରଦାନ ବଳେ
ମୃତ୍ୟୁଞ୍ଜୟ ହେଲେ ଭଲେ ।
ସୂର୍ଯ୍ୟଙ୍କୁ ଗିଳିବା ପାଇଁ ହନୁମାନ
ଆକାଶ ମାର୍ଗେ ଚଳିଲେ
ଇନ୍ଦ୍ର ବ୍ରଜଘାତେ ଚେତା ଶୂନ୍ୟ ହୋଇ
ଧରା ତଳେ ପଡିଗଲେ ।
ପବନ ଦେବତା କ୍ରୋଧିତ ହୋଇଣ
ବାୟୁ ବନ୍ଦ କରି ଦେଲେ
ସବୁ ଦେବତାଏ ଏକାକାର ହେଲେ
ହନୁମାନ ବଞ୍ଚି ଗଲେ ।
ଶରୀରଟି ତାଙ୍କ ହୋଇଗଲା ବଜ୍ର
ମୃତ୍ୟୁଞ୍ଜୟ ସିଏ ହେଲେ
ରାମଙ୍କର ଭକ୍ତ ହୋଇଣ ମାରୁତି
ଅମରତ୍ବ ଲାଭ କଲେ ।
ପିତା ଆଦେଶରେ ମାତା ହତ୍ୟା କରି
ପର୍ଶୁରାମ ଦୋଷୀ ହେଲେ
ମାତାଙ୍କୁ ବଞ୍ଚେଇ ଆର୍ଶୀବାଦ ବଳେ
ମୃତ୍ୟୁକୁ ସେ ଜୟ କଲେ ।
ଗଙ୍ଗାଙ୍କର ପୁତ୍ର ପିତାମହ ଭୀଷ୍ମ
ଇଚ୍ଛା ମୃତ୍ୟୁ ପାଇଥିଲେ
ଅର୍ଜୁନଙ୍କ ଶରଶଯ୍ୟାରେ ଶୋଇ ସେ
ପ୍ରାଣ ତ୍ୟାଗ କରି ଥିଲେ ।
ସମୁଦ୍ର ମନ୍ଥନେ ଅମୃତର ଭାଣ୍ଡ
ସମୁଦ୍ରରୁ ବାହାରିଲା
ମୋହିନୀ ରୂପରେ ପରଶିଲେ ବିଷ୍ଣୁ
କେତୁ ତାକୁ ଖାଇ ଦେଲା ।
ସୂର୍ଯ୍ୟ ଚନ୍ଦ୍ର ଦେବ ଠାରି ଦେଲେ ଯେବେ
ବିଷ୍ଣୁ ଚକ୍ର ପେଶି ଦେଲେ
ଦୁଇ ଖଣ୍ଡ ହେଇ ରାହୁ କେତୁ ହେଲେ
ଅଜର ଅମର ହେଲେ ।
ବାଜଶ୍ରବା ଋଷି ଯଜ୍ଞ ଆରମ୍ଭିଲେ
ଗୋଦାନ ବ୍ରହ୍ମଣେ କଲେ
ଦେଖି ନଚିକେତା ମନ ଦୁଃଖ କରି
ପିତାଙ୍କୁ ପ୍ରଶ୍ନ କରିଲେ ।
କାହାକୁ ମୋତେ ତ ଦାନ କରି ଅଛ
ସତ କହି ଦିଅ ପିତା
ଯମକୁ ଯେ ଦାନ କରି ଦେଲି ଶୁଣି
ଚଳି ଗଲେ ନଚିକେତା ।
ଯମଙ୍କ ଦ୍ୱାରରେ ଅପେଷା କରିଲେ
ଦେଖିଣ ସେ ଜନ୍ତୁପତି
ଶେଷେ ନଚିକେତା ପାଶେ ପ୍ରବେଶିଲେ
ଦେଖିଲେ ତାହାଙ୍କ ଭକ୍ତି ।
ପରୀକ୍ଷେ ଉତ୍ତୀର୍ଣ୍ଣ ହେଲେ ନଚିକେତା
ଆଶୀର୍ବାଦ ତାଙ୍କୁ ଦେଲେ
ଯମ ବରଦାନ ପାଇ ନଚିକେତା
ମୃତ୍ୟୁଞ୍ଜୟ ହେଇଗଲେ ।
ଭକ୍ତ ପ୍ରହ୍ଲାଦ ହେଲେ ମୃତ୍ୟୁଞ୍ଜୟ
ଧ୍ରୁବ ମୃତ୍ୟୁଞ୍ଜୟ ହେଲେ
ଦ୍ରୋଣ ପୁତ୍ର ଅଶ୍ବତ୍ଥମା ଯୁଗ ଯୁଗ
ଅଜର ଅମର ହେଲେ ।
ଭଲ କର୍ମ କରି ମରି ଯାଏ ଯିଏ
ମୃତ୍ୟୁଞ୍ଜୟ ହୁଏ ସିଏ
ଏ ସାରା ଜଗତ ତାର ଯଶ କୀର୍ତ୍ତି
ଗୁଣମାନ ଗାଉ ଥାଏ ।
ଅଜର ଅମର ହୋଇଥାଏ ସିଏ
ଏଇତ ସାରା ବିଶ୍ବରେ
ମରି ଅମର ସେ ହେଇ ରହି ଥାଏ
ସବୁ ମନ ହୃଦୟରେ
