ମୃତ୍ୟୁମୋହ
ମୃତ୍ୟୁମୋହ


ତୁମେ ଥିଲ ମୋ ହାତ ପାହାନ୍ତାର
ମୁଠାଏ ସପନ
ଚେନାଏ ହସର ଧାର
ପ୍ରେମରେ ତୁମର ଅନ୍ଧ ହୋଇ,
ମୁଁ ଯେ ଭୁଲିଯାଇଥିଲି
କଟକଣା ସବୁ ସମାଜର
କେବଳ ତୁମରି କଥା ଉପରେ
ରଖିଥିଲି ଦ୍ରୁଢ ବିଶ୍ଵାସ
ଯାହା ତୁମେ ଯାଉଥିଲ କହି କହି
ଯନ୍ତ୍ରଚାଳିତ କଣ୍ଢେଇ ରୂପେ
ମାନୁଥିଲି ସବୁ ମୁହିଁ
ଜାଣିନି, ଥିଲା ଏହା କେଉଁ
ମୋହର ଫଳ
ଅବା କ୍ରୁର କାଳ ଚକ୍ରର ଖେଳ
ତୁମେ ଦେଇ ଚାଲିଥିଲ
ଗଣ୍ଡେ ମିଥ୍ୟା ଆଶ୍ଵାସନା
ଆଉ ମୁଁ ବି ମାନି ନେଉଥିଲି ସବୁ
ମନ ତ ମୋର
ହେଉଥିଲା ଆନମନା
ତଥାପି ମୁଁ ତୁମ ଠାରୁ
>ହୋଇପାରିନଥିଲି ଦୂର
ଏ କି ପ୍ରକାର
ଅନ୍ଧବିଶ୍ୱାସ ଥିଲା କେଜାଣି
ଅବା ଥିଲା କେଉଁ
ମାୟାନଗରୀର ମୋହଜାଲ
ଆସନ୍ନ ମୃତ୍ୟୁ ଆଶଙ୍କାରେ
ତିଳେ ମାତ୍ର
ଭୟଭୀତ ନ ହୋଇ
ନିଆଁ ଆଡ଼କୁ ସସେହ୍ନେ
ଅଗ୍ରସର ହେଉଥିବା
ପତଙ୍ଗ ପରି
ମୁଁ ମଧ୍ୟ କୋଳେଇ ନେଇଥିଲି ତୁମକୁ ;
ଜାଣି ନ ଥିଲି
ସେ ଥିଲା ପ୍ରେମ ମୋହ
ଅଥବା ଏକ ସୁପରିକଳ୍ପିତ
ମରିଚୀକାର ଅମୋଘ ଆକର୍ଷଣ
ସେହି ଆକର୍ଷଣର
ମିଠା ସମ୍ମୋହନ ଭିତରେ
ଚୁପ୍ ଚାପ୍ ଲୁଚି ରହିଥିଲା
ଗୁଡାଏ ମିଛ ସମ୍ଭାବନାର
ଅବିଶ୍ରାନ୍ତ ମୃତ୍ୟୁମୋହ