STORYMIRROR

Sushree sangita Swain

Abstract

3  

Sushree sangita Swain

Abstract

ମୃତ୍ୟୁ

ମୃତ୍ୟୁ

1 min
11.9K

ହେ ପ୍ରିୟତମ, ତୁମେ କେବେ ଆସିବନି

ମୋ ଜୀବନ ନୀରସ ଉଦ୍ୟାନେ

ଦୁଷ୍ମନ୍ତ ସମ, ମୁଁ ହେବିନି ଶକୁନ୍ତଳା

ଦୁର୍ବାସାଙ୍କ ଅଭିଶାପେ ଜଳି

ହେବ ନାହିଁ ମୋର ଜୀବନ ହାହାକାରମୟ

ହେ ପ୍ରିୟତମ,

ତୁମେ କେବେ ଆସିବନି ମୋ ଜୀବନ ପରିଧିକୁ

ସାଜି ରାମଚନ୍ଦ୍ର

ମୁଁ ହେବିନି ଜନକ ନନ୍ଦିନୀ

ବାର ବାର ଦେଇ ଅଗ୍ନିପରୀକ୍ଷା

ହେବ ନାହିଁ ଦୁଃସହ ମୋ ଜୀବନ

ହେ ପ୍ରିୟତମ

ଆସ ନାହିଁ ମୋ ଜୀବନେ ସାଜିଣ ଗୌତମ

ଶିଳା ସାଜି ପଥପ୍ରାନ୍ତେ ପଡ଼ିବାର ଇଛା ନାହିଁ ମୋର

ଆସ ମୋ ଜୀବନେ ପୁଣ୍ୟ ପ୍ରାଣ ନେଇ

ଧ୍ରୁବ ପରି ପୂଜିବି ତୁମକୁ

ମୁକ୍ତିଲଭିବାକୁ ଏ ଭବସାଗରୁ

ତୁମ ବିନା ପ୍ରିୟତମ ଲାଗେ ଏକା ଏକା

ଏ ଜୀବନେ ତୁମେ ମୋ ବିଶ୍ୱସ୍ତ ପ୍ରେମିକ

ଜାଣେ କେବେ ଦେବ ନାହିଁ ଧୋକା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract