STORYMIRROR

Sudhanjali Mishra

Classics

3  

Sudhanjali Mishra

Classics

ମୃତ୍ୟୁ

ମୃତ୍ୟୁ

1 min
267

ମୃତ୍ୟୁ ଏକ ଧ୍ରୁବ ସତ୍ୟ ଯେ ଅଟଇ

ଜନମ ମାତ୍ରକେ ମରଣ

ମରି ବି ଅମର ହୁଅଇ ମାନବ

କର୍ମ ହିଁ ତାହାର କାରଣ

ଗଙ୍ଗଶିଉଳିର ଅଳପ ଆୟୁଷ

ଅମର ସଭିଁଙ୍କ ମନରେ

ସୁବାସ ବିତରି ସମ୍ମାନ ସେ ପାଏ

ଆଦର ଲଭଇ କର୍ମରେ

ସ୍ବାର୍ଥପର ଭାବ ମନେ ବହି ଜନ

ବଞ୍ଚିଲେ ଅଧିକ ଆୟୁଷ

କି ଲାଭ ହୋଇବ ବଞ୍ଚିବା ତାହାର

ନ ମିଳେ ସମ୍ମାନ କି ଯଶ

ଜରାଜୀର୍ଣ୍ଣ ପରି ବସ୍ତ୍ର ପରିଧାନ

ଏ ଶରୀର ହିଁ କରିଥାଏ

ଆତ୍ମା ସର୍ବ ଘଟେ ହୋଇ ବିଦ୍ୟମାନ

ପରିବର୍ତ୍ତନ ହେଉଥାଏ

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics