ମୃତ୍ୟୁ
ମୃତ୍ୟୁ
ମୃତ୍ୟୁ ଏକ ଧ୍ରୁବ ସତ୍ୟ ଯେ ଅଟଇ
ଜନମ ମାତ୍ରକେ ମରଣ
ମରି ବି ଅମର ହୁଅଇ ମାନବ
କର୍ମ ହିଁ ତାହାର କାରଣ
ଗଙ୍ଗଶିଉଳିର ଅଳପ ଆୟୁଷ
ଅମର ସଭିଁଙ୍କ ମନରେ
ସୁବାସ ବିତରି ସମ୍ମାନ ସେ ପାଏ
ଆଦର ଲଭଇ କର୍ମରେ
ସ୍ବାର୍ଥପର ଭାବ ମନେ ବହି ଜନ
ବଞ୍ଚିଲେ ଅଧିକ ଆୟୁଷ
କି ଲାଭ ହୋଇବ ବଞ୍ଚିବା ତାହାର
ନ ମିଳେ ସମ୍ମାନ କି ଯଶ
ଜରାଜୀର୍ଣ୍ଣ ପରି ବସ୍ତ୍ର ପରିଧାନ
ଏ ଶରୀର ହିଁ କରିଥାଏ
ଆତ୍ମା ସର୍ବ ଘଟେ ହୋଇ ବିଦ୍ୟମାନ
ପରିବର୍ତ୍ତନ ହେଉଥାଏ
