ମୃତ୍ୟୁ
ମୃତ୍ୟୁ
ଜୀବନ ନାଟକେ ଅନ୍ତିମ ପ୍ରଚ୍ଛଦେ ନିଶ୍ଚୟ ମୃତ୍ୟୁ ଆସଇ
ସଂସାର ମଞ୍ଚରେ ଅଭିନୟ ପରେ ଅବିଳମ୍ବେ ମିଳିଥାଇ
ଜୀବନର ସେହି ଅନ୍ତିମ ସତ୍ୟକୁ ପାରିବାନି ଆମେ ଟାଳି
ସୁଦୀର୍ଘ ପଥର ଶେଷ ଠିକଣାକୁ ହେବନି କଦାପି ଭୁଲି ।।
ମୃତ୍ୟୁ ଯେ ଅଟଳ ସୁନିଶ୍ଚିତ ପୁଣି ଝଡ ପରି ଆସିଥାଏ
ପ୍ରଚ୍ଛଦେରଚି ଦୁଃଖରେ ସଭିଙ୍କୁ ଛାଡି ଦେଇ ଚାଲିଯାଏ
ଶୋକ ସନ୍ତାପର କରାଳ ଛାୟାରେ ଜ୍ଞାତି କୁଟୁମ୍ବ ବୁଡନ୍ତି
ଅପ୍ରିୟ ସତ୍ୟକୁ ଇଚ୍ଛା ବିରୋଧରେ ସଭେଁ ଗ୍ରହଣ କରନ୍ତି ।।
ରହସ୍ୟରେ ଭରା ଅଭିନୟ ଯେତେ ତାର ରଚିତ ଚରିତ୍ର
ତଥାପି ଅସ୍ପଷ୍ଟ ଆଗମନେ ତାର ମାନବେ ହୁଅନ୍ତି ଚିତ୍ର
ଅନିଚ୍ଛା ସତ୍ତ୍ଵେ ବି ସିଏ ଗ୍ରହଣୀୟ ଚିରନ୍ତନ ତାର ମର୍ମ
ସମୟର ଚକ୍ର ମଧ୍ୟରେ ନ ଥାଏ ତାହାର ବିଚାର ଧର୍ମ ।।
ଦରବାରେ ତାର ନଥାଏ ଶୁଣାଣି ନ ଥାଏ କିଛି ଅପେକ୍ଷା
ତା ଠାରୁ ଆରମ୍ଭ ହୁଅଇ ନୂତନ ଜୀବନ ଯାତ୍ରା ପ୍ରତୀକ୍ଷା ।।
