STORYMIRROR

Amita Dash

Inspirational Children

3  

Amita Dash

Inspirational Children

ମୃତ୍ୟୁ

ମୃତ୍ୟୁ

1 min
171


ରହିରହି ଶ୍ୱାନ ଶୃଗାଳର ରଡି।

କାଉ ଶାଗୁଣାର କାୟା ବିସ୍ତାର।

ଆକାଶରେ ଆଚ୍ଛାଦିତ ତାଙ୍କ ଡେଣାର ଚାଦର।

କବରରେ ଶୋଇଥିବା ଶବମାନଙ୍କର ଖିଲି ଖିଲି ହସ।

ଗଦା ହୋଇଚି କୁଢ଼ କୁଢ଼ ଶବ

କୁଢ଼ କୁଢ଼ ଶବ।

ଶ୍ମଶାନରେ ଜାଗାର ଅଭାବ।

ଜାଗା ନାହିଁ ଛଅ ଫୁଟ ବାକ୍ସ ଆକାର।

ଚାଲିଚି ମାଟି ଖୋଳା,ଶବ ପୋଡ଼ା ଘର ତିଆରି ସିମେଣ୍ଟ ଗୋଡିର।

ଘଣ୍ଟା ଘଣ୍ଟା ପଡିରହୁଚି ବାହାରେ ଶବ।

ଆତ୍ମୀୟଙ୍କ ପଳାୟନ।

ରୋଗ ତାଙ୍କୁ ମାଡି ବସିବନି ତ।

ନିଜ ଇଚ୍ଛାରେ ଯେଉଁମାନେ କରୁଛନ୍ତି ଏ କାମ?

ସେମାନେ ବିତ କାହାର ସନ୍ତାନ।

କାହା ପାଇଁ ତିଷ୍ଠି ରହିଛି ଏ ଦୁନିଆ,ଏ ସମାଜ।

ବିବାହିତ ପତ୍ନୀ ଛାଡି କିଏ ଶୋଇଯାଇଛି ପାଇଁ ସବୁଦିନ।

ନବବଧୂର ବୋହୂ ବେଶ ପଡିନି ମଉଳନ।

ମୋତେ ନିଦ ନାହିଁ।

ମୁଁ ବସିଚି ରାତି ଦିନ।

ଦେଖୁଚି ମୃତ୍ୟୁର କରାଳ ଦୃଶ୍ୟ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational