STORYMIRROR

subrat kumar jena

Tragedy

4  

subrat kumar jena

Tragedy

ମୃତ୍ୟୁ ତୁମେ କେମିତି ଆସ

ମୃତ୍ୟୁ ତୁମେ କେମିତି ଆସ

1 min
68


ମୃତ୍ୟୁ ତୁମେ କେମିତି ଆସ ?

କିପରି ଆସ?

କାହାସହ ଆସ?

ଧୀରେ ଧୀରେ ଅବା ଦ୍ରୁତ ଗତିରେ?

ସମସ୍ତଙ୍କୁ ସାନ୍ତ୍ୱନା ଦେଇ ଶେଷରେ ହାରିଗଲା ସେ!

ଅନ୍ୟକୁ ବାରଣ କରି ବରି ନେଲା ସେ,

ମୃତ୍ୟୁର ତକିଆକୁ ମୁଣ୍ଡ ତଳକୁ,

ମାନବ ପ୍ରେମୀ ଆଦିତ୍ୟ ଦାସ କହୁଥିଲେ,

ବୁଝାଉ ଥିଲେ ଅନେକ ଜଟିଳ ପ୍ରଶ୍ନର ସରଳ ସମାଧାନ,

ମର୍ତ୍ୟୁ କେବେ ଆସୁନି ଯେ ଏବେ ଆସିବ,

ସେତ ଧ୍ରୁବ ସତ୍ୟ!

ଆଶ୍ଚର୍ଯ୍ୟ ଅପରିକଳ୍ପନିୟ ହେଲେବି ସେ ଆସେ,

ସମସ୍ତଙ୍କ ମୁଁହରେ ଲୁହର ବନ୍ୟାକୁ ଭାଙ୍ଗିବା ଲାଗି,

ନାଁ କିଛିଙ୍କ ଲାଗି ସାମୟିକ ଖୁସିର ଜୁଆର ଆଣେ,

ସେମାନେ ବି ଭୁଲିଯାଆନ୍ତି

ଦିନେ ତାଙ୍କ ଲାଗି ଉନ୍ମୁକ୍ତ ସେ ଦ୍ୱାର ମୃତ୍ୟୁଲାଗି,

ମୁଁ ତ ଏଠି ନିତି ମୃତ୍ୟୁକୁ ଦେଖେ,

ଭିନ୍ନ ଭିନ୍ନ ସ୍ୱରୂପରେ ପ୍ରକାରନ୍ତରରେ,

ଭାଇ ପ୍ରତି ଭାଇର ଭାବନାରେ,

ବାପ ପ୍ରତି ପୁଅର ବିଦ୍ରୋହରେ,

ସ୍ତ୍ରୀ ପ୍ରତି ସ୍ୱାମୀର ଛଳନାରେ,

ଏମିତି କେତେ କେତେ ବିଶ୍ୱାସର ଜୁଇ ଜଳେ ଅହରହ,

ସଭିଙ୍କ ଭାଗ୍ୟରେ ଜୁଟେନି ସ୍ୱର୍ଗଦ୍ୱାର,

ସେଥିଲାଗି କବି କହିଛନ୍ତି,

ଗାଁ ମଶାଣିରେ କେଞ୍ଚା କେଂଚି ହୋଇ ପୋଡିବାର ଅନୁଭୁତି ନିଆରା,

ସେ କଣ ମିଳିପାରିବ ଆଉ କେଉଁଠି,

ମୃତ୍ୟୁ ଲୁଚି ଲୁଚି ଆସେନି,

ବରଂ ମୁଁ କହିବି ଅନେକ କ୍ଷେତ୍ରରେ ଡେଙ୍ଗୁରା ବାଡେଇ ଆସେ,

ଜିଏ ନଶୁଣିପାରିଲା ସେ ହତଭାଗା

ହାରିଯାଏ ମୃତ୍ୟୁକୁ ଧ୍ରୁବସତ୍ୟ ଜାଣି ନିଜ ସାମ୍ନାରେ ପାଇ,

ଏ ଜନ୍ମ ଲାଗି ଆଉ କାହା ନାଁରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy