ମୃତ୍ୟୁ ଶଯ୍ୟାରେ ପଡ଼ିଛି
ମୃତ୍ୟୁ ଶଯ୍ୟାରେ ପଡ଼ିଛି
ଶେଷ ନିଃଶ୍ୱାସଟି ମୃତ୍ୟୁର ଶଯ୍ୟାରେ ପଡ଼ି ଥିଲାରେ ରାବଣ
କହୁଥିଲା ଧୀରେ ରାମକୁ ଚାହିଁଣ
କୁହ ମୃତ୍ୟୁର କାରଣ।
ସବୁ କଥାରେଟି ଶ୍ରେଷ୍ଠଅଟେ ପରା ଜାତିରେ ଟି ମୁଁ ବ୍ରାହ୍ମଣ,
କୁଟୁମ୍ବ କେତେଯେ ତୁହି ଜାଣି ଅଛୁ
କୁହହେ ମୃତ୍ୟୁ କାରଣ।
ବୈଭବରେ ଶ୍ରେଷ୍ଠ ରାମ ପରା ମୁହିଁ ସ୍ବର୍ଣ୍ଣ ଜଡ଼ିତ ଟି ପୁର,
ଜ୍ଞାନେ ଶ୍ରେଷ୍ଠ ମୁହିଁ ଜାଣି ଅଛୁ ତୁହି
ସ୍ବର୍ଣ୍ଣ ଲଙ୍କା ପରା ମୋର।
ମୋରରାଜ୍ୟ ବଡ଼ ତୁମ ରାଜ୍ୟଠାରୁ ତପସ୍ୟାରେ ଶ୍ରେଷ୍ଠ ମୁହିଁ,
କାହିଁ ପାଇଁ ମୁହିଁ ପରାସ୍ତ ହୋଇଲି
କେଉଁ ପାପ କଲି ମୁହିଁ।
ପାପୀ ଅତ୍ୟାଚାରୀ ଅଟୁ ପରା ତୁହି ସ୍ତ୍ରୀ ଚୋର ଦୁରାଚାରୀ,
ମୃତ୍ୟୁର କାରଣ ଅଟେ ପରା ତୋର
ଶ୍ରେଷ୍ଠ କହିବା ବେକାରୀ।
ଜ୍ଞାନୀ ହୋଇ କଲୁ ଅଜ୍ଞାନ କାର୍ଯ୍ୟକୁ ମୃତ୍ୟୁର କାରଣ ତୋର,
ପାପ ଯୋଗୁଁ ତୁହି ପଡିଛୁ ଭୁଇଁରେ
ଅଟେ ଅପରାଧ ତୋର।
ପ୍ରଭୁ ରାମ କଥା ଶୁଣିଣ ରାବଣ ଜୀବନ ଟି ତ୍ୟାଗ କଲା,
ଜୟକାର ହେଲା ତିନି ଭୁବନରେ
ପାପୀର ବିନାଶ ହେଲା।
ପାପ କର୍ମ କଲେ ଏପରି ଦୁର୍ନୀତି ହେଉ କେତେ ବଳଶାଳୀ
ବିନାଶ ତାହାର ନିଶ୍ଚିତ ଅଟେଟି
ହେଉ କେତେ ଧନଶାଳୀ।
ଶିକ୍ଷା ଦେଇ ଗଲେ ମନୁଷ୍ୟ ଜାତିକୁ କର ନାହିଁ ଭ୍ରଷ୍ଟ କର୍ମ,
ଭ୍ରଷ୍ଟ କର୍ମ କଲେ ଦଣ୍ଡ ଯେ ଅବଶ୍ୟ
ରଖିବୁ ଜ୍ଞାନରେ କର୍ମ।
