STORYMIRROR

Lunar Das

Romance Tragedy

3  

Lunar Das

Romance Tragedy

ମୃତ ସମୟ

ମୃତ ସମୟ

1 min
245


ଆଜି ବି ତୁମ ପ୍ରତିକ୍ରିୟା

ଠିକ୍ ଆଗ ଭଳି

ଲୁଚାଛପା ବାଦଲ ଭିତରେ

କିନ୍ତୁ ଅନ୍ୟ ର ସାହଚାର୍ଯ୍ୟ ଖୋଜୁଛ ।


ନିଜକୁ ଲୁଚାଇ ରଖୁଛ

ସେ ଦେଖି ପାରୁଛି ତୁମକୁ

ଦ୍ବନ୍ଦ୍ୱ ଆଉ ଶୂନ୍ୟତା ଭିତରେ

ଘାଣ୍ଟିହୋଇ,

ବଞ୍ଚିବାର ପ୍ରୟାସ କରୁଛ

କାରଣ ତୁମ ହୃଦୟ ଆଉ ସ୍ଥାନ ର

ଦୂରତ୍ୱ ଅନେକ ।


ଅତୀତରେ ଯିଏ ତୁମର ରୂପଶ୍ରୀ ଥିଲା

ଆଜି ସିଏ ଅନ୍ୟ ର ସହଧାର୍ମିଣୀ

ଅହରହ ଅଣ୍ଡାଳି ଚାଲିଛ ନିଜକୁ

ତା'ର ବର୍ତ୍ତମାନ ର କବିତା ଫାଙ୍କରୁ ।


ନିଜକୁ ତନ୍ନତନ୍ନ କରି 

ଖୋଜି ବୁଲୁଛ ତା'ର

ଉଦାସିଆ ଆଖିରେ.....

ସବୁ ଦେଖିପାରୁଛି ସେ

ତେବେ ବି,

ନିର୍ଜୀବ ହୋଇ ପଡ଼ି ରହିଥିବା

ସମୟ ଗୁଡ଼ିକୁ

ଆଉ ଘାଣ୍ଟି ବାକୁ ଚାହୁଁନି ସେ ।


ସର୍ବ ଜ୍ଞାତ ସିଏ ମହାଦ୍ରୁମ ଭଳି

ମୃତ ସମୟ ଯେ କେବେ

ଜୀବିତ ହୋଇ ପାରେନା

ଆୟୁଷ ର ସୁଅରେ ।


ଆଜି ବି ସେ କବିତା ଲେଖୁଛି

କିନ୍ତୁ ତା' କବିତା ର ଲହରୀ ରେ

ତୁମେ ଆଉ ଭାସୁନ

କେବଳ ଭାସୁଛି ତା'

ଆତ୍ମାର ମଣିଷ ଟେ,

ଯିଏ ତାକୁ ତୃପ୍ତି ଦେଇ

ପ୍ରତିଶୃତି ଟିଏ ସାଙ୍ଗେ ନେଇ

ଚାଲି ଯାଇଛି.......।


Rate this content
Log in

Similar oriya poem from Romance