ମୃତ ସମୟ
ମୃତ ସମୟ
ଆଜି ବି ତୁମ ପ୍ରତିକ୍ରିୟା
ଠିକ୍ ଆଗ ଭଳି
ଲୁଚାଛପା ବାଦଲ ଭିତରେ
କିନ୍ତୁ ଅନ୍ୟ ର ସାହଚାର୍ଯ୍ୟ ଖୋଜୁଛ ।
ନିଜକୁ ଲୁଚାଇ ରଖୁଛ
ସେ ଦେଖି ପାରୁଛି ତୁମକୁ
ଦ୍ବନ୍ଦ୍ୱ ଆଉ ଶୂନ୍ୟତା ଭିତରେ
ଘାଣ୍ଟିହୋଇ,
ବଞ୍ଚିବାର ପ୍ରୟାସ କରୁଛ
କାରଣ ତୁମ ହୃଦୟ ଆଉ ସ୍ଥାନ ର
ଦୂରତ୍ୱ ଅନେକ ।
ଅତୀତରେ ଯିଏ ତୁମର ରୂପଶ୍ରୀ ଥିଲା
ଆଜି ସିଏ ଅନ୍ୟ ର ସହଧାର୍ମିଣୀ
ଅହରହ ଅଣ୍ଡାଳି ଚାଲିଛ ନିଜକୁ
ତା'ର ବର୍ତ୍ତମାନ ର କବିତା ଫାଙ୍କରୁ ।
ନିଜକୁ ତନ୍ନତନ୍ନ କରି
ଖୋଜି ବୁଲୁଛ ତା'ର
ଉଦାସିଆ ଆଖିରେ.....
ସବୁ ଦେଖିପାରୁଛି ସେ
ତେବେ ବି,
ନିର୍ଜୀବ ହୋଇ ପଡ଼ି ରହିଥିବା
ସମୟ ଗୁଡ଼ିକୁ
ଆଉ ଘାଣ୍ଟି ବାକୁ ଚାହୁଁନି ସେ ।
ସର୍ବ ଜ୍ଞାତ ସିଏ ମହାଦ୍ରୁମ ଭଳି
ମୃତ ସମୟ ଯେ କେବେ
ଜୀବିତ ହୋଇ ପାରେନା
ଆୟୁଷ ର ସୁଅରେ ।
ଆଜି ବି ସେ କବିତା ଲେଖୁଛି
କିନ୍ତୁ ତା' କବିତା ର ଲହରୀ ରେ
ତୁମେ ଆଉ ଭାସୁନ
କେବଳ ଭାସୁଛି ତା'
ଆତ୍ମାର ମଣିଷ ଟେ,
ଯିଏ ତାକୁ ତୃପ୍ତି ଦେଇ
ପ୍ରତିଶୃତି ଟିଏ ସାଙ୍ଗେ ନେଇ
ଚାଲି ଯାଇଛି.......।