ମର୍କଟ ଗଳେ ମୁକ୍ତା ମାଳ
ମର୍କଟ ଗଳେ ମୁକ୍ତା ମାଳ


ଅଧିକାର ପ୍ରାପ୍ତି ପରେ ବ୍ୟକ୍ତି ଯଦି
ସଦ-ବ୍ୟବହାର ହୀନ
ଉଚ୍ଚ ଶିକ୍ଷା ପ୍ରାପ୍ତ ଅବା ଗଣ୍ଡ ମୂର୍ଖ
ଅନଧିକାରୀ ସମାନ
ମୂଲ୍ୟବାନ ବସ୍ତୁ ଦୃଷ୍ଟି ହୀନ ପକ୍ଷେ
ସାଧାରଣ ଅନୁମେୟ
ମର୍କଟ ସମାନ ସ୍ୱଘୋଷିତ ଜ୍ଞାନୀ
ଜ୍ଞାନ ବିନା ଅନ୍ଧ ପ୍ରାୟ
ମୁକ୍ତା ମାଳ ଏକ ଭବ୍ୟ ଆଭୁଷଣ
ଧାରଣେ ଶୋଭା ବର୍ଦ୍ଧନ
ଅଜ୍ଞତା ବଶତଃ ମର୍କଟ ସହଜେ
ପ୍ରାୟ ମଣେ ହେୟ ଜ୍ଞାନ
ସୁନ୍ଦର ପୋଷାକ ପରିଧାନ ଧାରେ
ମୂର୍ଖକୁ ଚିହ୍ନିବା କଷ୍ଟ
ମୂର୍ଖ ର ମୁଖରୁ ବଚନ ଶ୍ରବଣେ
କ୍ରମେ ଗୁଣ ହୁଏ ସ୍ପଷ୍ଟ
ଶିକ୍ଷାନୁଷ୍ଠାନ ପ୍ରାୟ ଯଜ୍ଞ ସ୍ଥଳ ସମ
ନୈତିକତା ପରିପୂର୍ଣ୍ଣ
ଆଧୁନିକ ଶିକ୍ଷା ଦାନ ଅନ୍ୟ ଅର୍ଥେ
ନାମକୁ ମାତ୍ର ବିଧାନ
ବିଶ୍ଵ ବିଦ୍ୟାଳୟ ପ୍ରମାଣ ପତ୍ରରୁ
କରି ହେବନି କଳନା
ଶିକ୍ଷା ପ୍ରାପ୍ତ ଜ୍ଞାନୀ ଅବା ବିଦ୍ୟାବାନ୍
କେବଳ ପରିକଳ୍ପନା
ସଭ୍ୟ ସମାଜରେ ଶିକ୍ଷାର ସଂଜ୍ଞା
ନିରକ୍ଷରତା ରୁ ମୁକ୍ତି
ଆନୁଷ୍ଠାନିକ ଶିକ୍ଷା ସମାପ୍ତି ପରେ
ଶିକ୍ଷିତ ନାମରେ ଖ୍ୟାତି
ପ୍ରକୃତି ଓ ଜୀବନ ପର୍ଯ୍ୟବେକ୍ଷଣ
ସ୍ୱ-ଅଭିଜ୍ଞତା ସହିତ
ଶିକ୍ଷିତ ଅଥବା ଶିକ୍ଷା ପ୍ରାପ୍ତ ନାମେ
ହେଉଅଛି ପରିଚିତ
ବିବେକ ହୀନ ବିଦ୍ୟା-ବାନ ଭିଡ
ସମାଜରେ ଦୃଶ୍ୟମାନ
ନାମକୁ ମାତ୍ର ଶିକ୍ଷିତ ର ଆଖ୍ୟା
ପଥଭ୍ରଷ୍ଟ ରେ ଜୀବନ
ଆଜିର ଶିକ୍ଷିତ ରହୁଛି ସଂପୃକ୍ତ
ଚୋରି
ଡକାୟତି କାର୍ଯ୍ୟେ
ହତ୍ୟା ଦୁଷ୍କର୍ମ ବଳାକ୍ରାର ପରି
ଘୃଣ୍ୟ କାର୍ଯ୍ୟ କରେ ନିଜେ
ଶିକ୍ଷକ ପଦରେ ଶିକ୍ଷା ପ୍ରାପ୍ତ ବ୍ୟକ୍ତି
ରହୁଛି ନାମକୁ ମାତ୍ର
ଛାତ୍ରଙ୍କ ଆଚରଣ ଓ ଉଚ୍ଚାରଣ
ବ୍ୟବସ୍ଥାରେ ଅସଞ୍ଜତ
ନୈତିକ ଶିକ୍ଷାର ଘୋର ଅଭାବ
ବିଦ୍ୟାଳୟ ଅବା ଘରେ
ଯଜ୍ଞ ସ୍ଥଳ ସମ ଶିକ୍ଷାନୁଷ୍ଠାନରେ
ପ୍ରାୟ ବ୍ୟବସାୟ ଧାରେ
ଅସନ୍ତୋଷ ପ୍ରାୟ ଘେରି ରହିଅଛି
ଉକ୍ତ ଶିକ୍ଷା-ଯଜ୍ଞ-ସ୍ଥଳ
ମର୍କଟ ଗଳାରେ ମୁକ୍ତା ମାଳ ସମ
ଚର୍ଚ୍ଚିତ ହୁଏ କେବଳ
ଚାଷ ଜମି କ୍ରମେ ଲୋପ ପାଉଅଛି
ଶିକ୍ଷିତ ଚାହୁଁନି ଚାଷ
ବିକାଶ ନାମରେ ଜଙ୍ଗଲ ବିଧ୍ଵଂସ
ପରିବେଶ ର ବିନାଶ
ଅପାଠୁଆ ବରଂ ସତ୍ୟର ପୂଜାରୀ
ପାହାଡ ବୃକ୍ଷ-ଲତା ର
ସୁନାର ଫସଲ କରୁଛି ଅମଳ
ଚଳାଉଛି ପରିବାର
ଯେଉଁ ଶିକ୍ଷା ବଳେ ଅଜ୍ଞତା ରୁ ମୁକ୍ତି
ସେ' ଶିକ୍ଷା ଅଟେ ପ୍ରକୃତ
ଅନ୍ୟ ସବୁ ପ୍ରାୟ କଳା ଓ କୌଶଳ
ଜୀବନ ସହ ଜଡ଼ିତ
ପ୍ରକୃତ ଶିକ୍ଷା ହିଁ ଯୋଗରେ ବିଶ୍ୱାସ
ଶିକ୍ଷାରେ ନାହିଁ ବିଯୋଗ
ଜୀବନର ମାନ ଯେବେ ମୂଲ୍ୟ ହୀନ
ଶିକ୍ଷାର ହୁଏ ପ୍ରୟୋଗ
ମର୍କଟ ଗଳାରେ ମୋତି ମାଳ ସମ
ଅନ୍ୟ ଶିକ୍ଷା ମୂଲ୍ୟହୀନ
ପ୍ରକୃତ ଶିକ୍ଷାରେ ମାନବିକତାର
ଭାବନା ହେଉ ଉତ୍ପର୍ଣ୍ଣ ।