STORYMIRROR

Priyaranjan Biswal

Abstract Others

3  

Priyaranjan Biswal

Abstract Others

ମରୀଚିକା

ମରୀଚିକା

1 min
12K

ମରୀଚିକା


ଜୀବନଟା ମଋଭୂମି

         ପ୍ରେମ ମରୀଚିକା।

ମଣିଷଟା ପାଏ ଏଠି 

          ସବୁବେଳେ ଧୋକା।।


ଜୀବନଟା ଏଠି ସଦା

          ପାଣିର ଫଟକା।

କେବେ ସେ ଲାଗେ ରଙ୍ଗିନ୍

              କେବେ ଫିକାଫିକା।।


ସଂସାର ସାଗର ଏଠି 

           ସମ୍ପର୍କ ନଉକା।

ପୁରୁଷ ନାଉରୀ ଏଠି

          ଖୋଜେ ସେ ଶାମୁକା।।


କାତ ରୂପେ ରହି ନାରୀ

           ସେ ବାହେ ନଉକା।

କାତକୁ ଧରେ ନାଉରୀ

           ତା ଜେହ୍ନେ ପ୍ରେମିକା।।


ଜୀବନର ମହାକାଶେ

          ଦୁଃଖଯେ ଉଲ୍ଲକା।

ସମୟଟା ନୀହାରିକା

          ମଣିଷ ଲାଇକା।।


ଯେତେ ଖୋଜିଲେବି ଏଠି

              ମିଳେନି ମଉକା।

ଦୁଃଖଟା ନିଜର ଲାଗେ

           ସୁଖ ମରୀଚିକା।।


ଆଖି ଖୋଜୁଥାଏ ନିଦ

           ମନଯେ ପ୍ରେମିକା।

ନିଦଟା ବାସ୍ତବ ଏଠି

          ସ୍ୱପ୍ନ ମରୀଚିକା।।


ପକ୍ଷୀ ନିଡ ଭାଙ୍ଗିଦିଏ

           ପବନ ଦଲକା।

ବାହୁନି ବାହୁନି କାନ୍ଦେ

          ବୃକ୍ଷ ଠିଆ ଏକା।।


ହାତ ଯଦି ଛାଡିଦିଏ

          ପ୍ରେମୀର ପ୍ରେମିକା।

ହୃଦୟରେ ଲାଗେ ନିଆଁ

            ମନ ହୁଏ ଏକା।।


ଜୀବନ ପଥରେ ସାହା

           କର୍ମ ତୁମ ଏକା।

ବାକି ସବୁ ଅଟେ ଏଠି

           ମାୟା ମରୀଚିକା।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract