ମରିଚିକା
ମରିଚିକା
ସ୍ବପ୍ନ ମରିଚିକା ପଛେ ଧାଇଁଛି ମଣିଷ
ସମ୍ପର୍କକୁ ତିଳ ତିଳ କରି
ନିଜ ଖୁସି ପାଇଁ ଆପଣା ଚକ୍ଷୁରେ
ଲୋତକ ଦେଇଛି ସେ ଭରି
ମରିଚିକା ଯେ ଅବାସ୍ତବ
ସେତ ମନର ଭ୍ରମ ସୃଷ୍ଟି ମାତ୍ର
ତୃଷ୍ଣା ମେଣ୍ଟାଇବାକୁ ହୁଏନି ସକ୍ଷମ
ଅବଶେଷ ହୁଏ କେବଳ ବୃଥା ପରିଶ୍ରମ
ବାସ୍ତବତା କୁ ଭୁଲି ଅବାସ୍ତବର ମୋହ
ଯେତେ ଚେଷ୍ଟା କଲେ ବି ପରିଣାମ କୋହ
ଜାଣି ବି ଅଜଣା ପାଲଟିଛି ମଣିଷ
ତଥାପି ମରିଚିକା ପଛେ ଛୁଟିଛି ସୁଅ
ଜୀବନ ନୁହଁଇ କେବଳ ଇଚ୍ଛାର ପସରା
ଧନ ବଳେ ମିଳେନି ଏଠି ସବୁ ପରା
ଅମୂଲ୍ୟର ମୂଲ କେମିତି ସୁଝିବ
ହସ କାନ୍ଦ ପ୍ରେମ ସ୍ନେହର ଖୋଜେ ଆସରା ।