STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ଗୀତା ଭାଗବତ

ଗୀତା ଭାଗବତ

1 min
369


ବିଶ୍ବ ବ୍ରହ୍ମାଣ୍ଡରେ ଗୀତା ଭାଗବତ

  କଳକଳ ମୁଖରିତ

ଯିଏ ଶୁଣିଅଛି କର୍ଣ୍ଣ ତ ପବିତ୍ର

  ହୃଦୟକୁ ବଡ଼ ହିତ।୧

ସୃଷ୍ଠିର ରହସ୍ଯ ଲିପିବଦ୍ଧ ଏହି

  ଗ୍ରନ୍ଥର ହୃଦୟ କୋଣେ

କିଏ ସେ ମହାତ୍ମା ଲେଖି ଯାଇଅଛି

  ବିଶ୍ବହିତେ ଜନପ୍ରାଣେ।୨

ଅମୃତଠୁ ବଳି କଥା ଆଉ ଗାଥା

  ଝରେ ଗୀତା ଭାଗବତ

ଅନେଇକି ଥା'ନ୍ତି ଏହିଗ୍ରନ୍ଥ ଦ୍ବୟ

  କିଏ ହେବେ ତାଙ୍କ ମିତ।୩

ଗୀତା ଭାଗବତ ମିତ୍ର ସେହିମାନେ

  ଯିଏ କୋଳେଇକି ଧରି

ପ୍ରତିକ୍ଷଣ ପଢେ଼ ଆଉ ଶୁଣୁଥାଏ

  ପ୍ରଭୁଙ୍କୁ ନିତି ହିଁ ସ୍ମରି।୪

ବିଶ୍ବ ହୃଦୟରେ ଯେତେ ଗ୍ରନ୍ଥ ଅଛି

  ହିନ୍ଦୁଗ୍ରନ୍ଥ ଟାଳିବାକୁ

କା'ର ସାଧ୍ଯ ଅଛି ଏହି ସଂସାରେ

  ଆସିବ ସିଏ ଆଗକୁ।୫

ପ୍ରାଚୀନ ଏ ଗ୍ରନ୍ଥ ଯାହାର ନାହିଁଟି

  ଆରମ୍ଭ ବର୍ଷ କି ମାସ

ତାରିଖ ଖୋଜିଲେ ପାଇବକି କେହି

  ଖୋଜିଲେ ହିଁ ଖାଲି ରସ।୬

ପ୍ରେମର ସଂସାରେ ଧର୍ମର ଏ ଚିଜ

  ଯେଉଁମାନେ ଖଞ୍ଜିଛନ୍ତି

ସେହି ମହାତ୍ମାଙ୍କୁ କୋଟିଏ ପ୍ରଣାମ

  ଯାହା ଚାରିଆଡେ଼ ଶାନ୍ତି।୭

ଜଗତରେ ତୁମେ ଆକାଶର ସୂର୍ଯ୍ଯ

  ମର୍ତ୍ତ୍ଯର ସମୁଦ୍ର ପରି

ସଦା ଜକଜକ କଳକଳ ତୁମ

  ହୃଦୟରୁ ପଡେ଼ ଝରି।୮

ତୁମର ଆଶିଷ ରହୁଥାଉ ସଦା

  କଲ୍ଯାଣ ହେଉ ମର୍ତ୍ତ୍ଯର

ସନ୍ଦେଶ ତୁମର ଆମ ପାଇଁ ହିତ

  ମନୁ ଦୁଃଖ ହେଉ ଦୂର।୯

ଗୀତା ଭାଗବତ ଶ୍ରେଷ୍ଠ ବୀଜ ବୋଲି

  ଯେଉଁଜନ ଜାଣିଛନ୍ତି

ଯଥାଶୀଘ୍ର ସିଏ ଗ୍ରହଣ ସହିତ

  ମନ ପ୍ରାଣ ଢାଳିଛନ୍ତି।୧୦

   


Rate this content
Log in

Similar oriya poem from Abstract