STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ପରିବର୍ତ୍ତନ

ପରିବର୍ତ୍ତନ

1 min
340

ପରିବର୍ତ୍ତନ ଯଦି ଭାଷା ହୁଏ ମୋର

ସଂସ୍କାର ଯଦି ସ୍ୱର ହୁଏ ମୋର

ମୁଁ ସେମିତି ଅପରିବର୍ତ୍ତିତ

ତୋଳିବାକୁ ଘର ସଂସ୍କାରର

ଗଢିବାକୁ ମନ୍ଦିର ମନର

ମନ ଏକ ଗହନ ବନ

ମୁଁ ସାଉଁଟିଛି ସେହି ବନରୁ

କେତେ କେତେ ଉପାଦେୟ

ମହାଓଷଧି, ମୁଁ ଲେଖୁଛି ମନର

କଥା, ମୁଁ ଲେଖୁଛି ଏବେ ମନର

ବ୍ୟଥା, ଉପାଦେୟ ଯଦି ଲାଗେ

ଜୀବନଟା, ସଂଜ ପରି ମୁଁ

ପ୍ରତିଟି ସକାଳ, ଭାବେନି

କେବେ ସଂଜ କଥା

ସକାଳ ହେଲେ ଭାବନା

ମୋର ଉଦୟ ହୁଏ ll


Rate this content
Log in

Similar oriya poem from Abstract