ପରିବର୍ତ୍ତନ
ପରିବର୍ତ୍ତନ
ପରିବର୍ତ୍ତନ ଯଦି ଭାଷା ହୁଏ ମୋର
ସଂସ୍କାର ଯଦି ସ୍ୱର ହୁଏ ମୋର
ମୁଁ ସେମିତି ଅପରିବର୍ତ୍ତିତ
ତୋଳିବାକୁ ଘର ସଂସ୍କାରର
ଗଢିବାକୁ ମନ୍ଦିର ମନର
ମନ ଏକ ଗହନ ବନ
ମୁଁ ସାଉଁଟିଛି ସେହି ବନରୁ
କେତେ କେତେ ଉପାଦେୟ
ମହାଓଷଧି, ମୁଁ ଲେଖୁଛି ମନର
କଥା, ମୁଁ ଲେଖୁଛି ଏବେ ମନର
ବ୍ୟଥା, ଉପାଦେୟ ଯଦି ଲାଗେ
ଜୀବନଟା, ସଂଜ ପରି ମୁଁ
ପ୍ରତିଟି ସକାଳ, ଭାବେନି
କେବେ ସଂଜ କଥା
ସକାଳ ହେଲେ ଭାବନା
ମୋର ଉଦୟ ହୁଏ ll