ମୋତେ ଜଣାଥିଲା
ମୋତେ ଜଣାଥିଲା
ଜାଣିଥିଲି ତୁମେ ମିଛ ଭାବିବ
ମିଛେଇ ବୋଲି ସମ୍ବୋଧନ କରିବ
ତୁମେ ଜାଣ
ଏତେ ଛୋଟ ଶବ୍ଦ
ମୋତେ କେତେ କଷ୍ଟ ଦିଏ
କାହିଁକି କହିବି,
ମୁଁ ତୁମକୁ ଅପେକ୍ଷା କରେ ବୋଲି ?
ତୁମ ସହ ସମୟ ବିତାଇବା ଭଲ ଲାଗେ ବୋଲି ।
ମାେ ଅସହାୟତାକୁ
ସମାଲୋଚନା କରିବା କେମିତି ଗ୍ରହଣ କରିବି
ତୁମେ ତ ନିକିତିରେ
ତଉଲିବା ଜାଣ;
ସ୍ଵପ୍ନ ସବୁ ,ଭାବାବେଗକୁ
ରୂପ ଗୁଣକୁ , ଉଚ୍ଚା ନିଚା ସ୍ଥାନ କାଳ ପାତ୍ରକୁ ।
ମୁଁ ଅବୁଝା ନୁହେଁ ,
ବାଆଁରା ଚଢ଼େଇ ବୋଲି
ନିଜକୁ ସମ୍ବୋଧନ କର ନିଜକୁ
ମୁଁ ମାତ୍ର ତୁମ ପାଦର ଶିକୁଳିକୁ
ସ୍ପଷ୍ଟ ରୂପେ ଦେଖି ପାରେ
ତୁମ ସ୍ପର୍ଶକାତର ପଣିଆକୁ ।
ହଁ ଜାଣି ରଖ ,
ଭଲ ପାଏ ବୋଲି
ଖୋଲି କୁହେ ତୁମକୁ
କବିତାରେ ଲେଖି ଦେଇଛି ।
ଜାଣିଛି ପଢ଼ି ସାରି ,
ହସି ଦେବ ଆଉ କହିବ ମିଚ୍ଛେଇ
ଅବଶୋଷ ତ ରହିବ ତୁମର ମୋତେ ନ ପାଇବାର ।
ସମୟ ମିଳିଲେ ତୁମକୁ,
ମୋ ଭିତରର ସବୁ ଅଭାବବୋଧକୁ
ମିଶେଇ ଦେଖିବ ;
ସେଠି ଦଲକାଏ ଶାନ୍ତି ବହୁଛି କି ନାହିଁ
ନିଶ୍ଚୟ କହିବ ?
ତୁମ ପାଇଁ ଜାଗା ଖଣ୍ଡେ
ସୁରକ୍ଷିତ ଅଛି କି ନାହିଁ ତଦାରଖ କରି ନେବ ।