STORYMIRROR

Ghanashyam Biswal

Romance

2  

Ghanashyam Biswal

Romance

ମୋନାଲିସା

ମୋନାଲିସା

1 min
109

ହାରିବିନି ଜୀବନେ ବୋଲି

ଦେଇଥିଲି ମା'କୁ ସତସତିକା ଶପଥ

କରିବି ପୂରଣ ମୋର ସତରଙ୍ଗୀ ସପନ

ସଜାଡ଼ିବି ଉଜୁଡା ସଂସାର ମୋର

ଛୁଇଁବି ନୀଳ ଆକାଶ

ଲଙ୍ଘିବି ଗିରି ପାହାଡ

ପୂର୍ଣ୍ଣହେବ ମୋର ପୁରୁଷପଣିଆ

ଦେବି ପ୍ରମାଣ ମୋ

ସ୍ୱାଭିମାନର

ଏମିତି ଅନେକ କଥା ଆଉ ଆଶା ଆକାଂକ୍ଷା ବି

ହେଲେ ମୁଁ କଣ ଜାଣିଥିଲି

ମୋନାଲିସାର ନିଶାରେ ଦିନେ ହାରିବି

ଜଣେ କାପୁରୁଷର ଉଦାହରଣ ହୋଇ

ଘୃଣିତ ହେବି ଆଉ ପାପୀ ବି

ଶୁନ୍ୟ ହେବ ମୋ ସାତ ସପନ

ଆଉ ମରିଯିବ ମୋ ସବୁ ଦରଦୀ ଶପଥ

ହେବି ବାଟବଣା ଅଧା ରାସ୍ତାରେ

ଝୁରିଝୁରି ଝରିବ ମୋ ଅମାନିଆ ଲୁହ

ତାର ସ୍ୱାର୍ଥପର ମୁରୁକି ହସ

ଆଉ ଜଳି ପାଉଁଶ ହେବ

ମୋ ବାକି ଆୟୁଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance