STORYMIRROR

Prafulla Chandra Mishra

Romance

2  

Prafulla Chandra Mishra

Romance

ମୋନାଲିସା ର ହସ

ମୋନାଲିସା ର ହସ

1 min
171

ସତେ କେତେ ରହସ୍ୟମୟ ସେ ହସ

ହସ ନୁହେଁ ସେତ ଅମିୟ ପିୟୂଷ ରସ

ଦେଖିଲେ ସେ ରୂପ ମନରେ ଅନେକ ଉତ୍ସ-

ଉଦ୍-ବେଗ ଆବେସେ ଅଭିଭୁତ ହୋଇ-

ଲାଗଇ କେତେ ଉଶ୍ୱାସ 


ସେହି ହସେ କେତେ ରହସ୍ୟ ରହିଛି ପୁରି

ସେ ରହସ୍ୟ ଭେଦ ନପାଇଲେ ପରା କେହି

ସେ ଚିତ୍ର ପ୍ରତିମା କୋଟି ହୃଦୟକୁ ଚୁରି

ଉଦ୍ଭାସିତ ଦେଖ ଦୁନିଆଁ ଦୁଆରେ

କିଏ ଅବା ତାକୁ ସରି 


ସକଳ ହୃଦୟେ ଉଦୟ ହୁଅଇ ଆଶା

ସେ ହସ ଏମିତି ସତେକି ଅବୁଝା ଭାଷା

ଅନେକ ମନରେ ଭରିଛି ମଧୁର ନିଶା

ଯା ହସ ନିଶାରେ ଭଳି ଯାଏ ପ୍ରାଣ

ସେ ଏମିତିକା ଏକ ଯୋଷା


ଅଦ୍ଭୁତ ନାୟିକା ବିଶ୍ଵ ଅବିଶ୍ବାସ ରୂପ 

କୋଟି ମନ ପ୍ରାଣ ହୃଦୟ ଉଜ୍ବଳ ଦୀପ

ଜଳି ଜଳାଏ ସେ ବଢଇ ମନର ଚାପ

ରହସ୍ୟ ‌ମ଼ୟୀ ତା ଅପାସୋରା ହସେ

ଦେଖ ଅନେକ କଂକାଳ ସ୍ତୁପ


ଏମିତିକା ହସ ବିଶ୍ଵକୁ ଦେଲା ସେ ବାନ୍ଧି

କେତେ ପ୍ରାଣ କେତେ ଜୀବନ,ମନକୁ ଛନ୍ଦି

ଧନ୍ୟ ଚିତ୍ରକର ଗଢିଲା ଏ ରୂପ ଭାବି

ସତେକି ଅଳକା ପୁରୀ ରାଜଜେମା

ଅବା କାମଦେବ ପତ୍ନୀ ରତୀ


ମୋନାଲିସା ହସ ଅନେକ କାହାଣୀ କହେ

ଆଶାର ଅଶେଷ କାମନା ଭାବନା ସିଏ

ସେ ହସ ଏପରି ଅବୁଝା ଗଣିତ ପ୍ରାୟେ

ରହିଛି ରହିବ ଯୁଗ ଯଯୁଗାନ୍ତ

ସତେ ତାକୁ ବା କସିବ କିଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance