ମୋକ୍ଷ
ମୋକ୍ଷ
ଧନ,ପ୍ରତିପତି,ଐଶ୍ଵର୍ଯ୍ୟ,ସମ୍ପତି
ଲୋଭ,ମୋହ ର କାରଣ,
ମୋ ଜୀବନ ଲକ୍ଷ ବିଭୁକୃପା ପ୍ରାପ୍ତି
ପ୍ରଭୁ ପାଦେ ଟିକେ ସ୍ଥାନ |
ଚୋୖରାଅଶି ଲକ୍ଷ ଯୋନି ଜନ୍ମ ପରେ
ମିଳିଛି ଏଇ ଶରୀର,
ବ୍ୟର୍ଥ ଯିବିନାହିଁ ପାପକର୍ମ କରି
ଲକ୍ଷ ପୁଣ୍ୟ ପାରାବାର |
ମନୁଷ୍ୟ ଜୀବନ ଈଶ୍ୱରଙ୍କ ଦାନ
ମୋକ୍ଷ ପ୍ରାପ୍ତ ଲଭିବାକୁ,
କ୍ଷଣିକ ସୁଖକୁ କାହିଁ ଅବା ଆଶା
ମୋହ କବଳେ ମନକୁ |
ଦିଦିନ କୁଣିଆଁ ଏଇ ସଂସାରରେ
ଫେରିଯିବି କର୍ମ କରି,
ଭଲ କର୍ମକରି ମୋକ୍ଷ ଲଭିବାକୁ
ଚେଷ୍ଟା ରହିବ ମୋ ଜାରି |
ସୁକର୍ମରେ ମିଳୁ ସୌଭାଗ୍ୟତା ପ୍ରାପ୍ତି
କୁକର୍ମରେ ନର୍କ ଦ୍ୱାର,
ଜୀବନ ଜନ୍ମର ସାର୍ଥକତା ମିଳୁ
ଭୋଗିବାକୁ କର୍ମଫଳ |
ଅନୁକୂଳ ଅବା ପ୍ରତିକୂଳ ସ୍ଥିତି
ଯାହାବି ଆସୁ ଜୀବନେ,
ସହିବାକୁ ଦେବ ଧୈର୍ଯ୍ୟ ଓ ସାହସ
ଭୋଗ ଅଛି ଯାହା କର୍ମେ |
ଅନ୍ତରରୁ କାଢ଼ି ଲୋଭ ମୋହ ମାୟା
ନିସ୍ଵ କର ମହାବାହୁ,
ପଦ୍ମ ପାଦତଳେ ଲୟ ଥାଉ ମୋର
ହରିନାମ ତୁଣ୍ଡେ ଥାଉ |
ନିନ୍ଦା ପ୍ରଶଂସାରେ ରୁଚି ମୋ ନରହୁ
ମନ ଜପୁ କୃଷ୍ଣ ରାମ,
ମଣିଷ ଜୀବନ ସାର୍ଥକତା ଲଭୁ
ଆତ୍ମା ଫେରୁ ମୋକ୍ଷ ଧାମ |
