STORYMIRROR

Debabrata Mishra

Abstract Classics Inspirational

3  

Debabrata Mishra

Abstract Classics Inspirational

ମୋହନବଂଶୀ

ମୋହନବଂଶୀ

1 min
168


ଡ଼ାକିଲାଣି ମୋତେ ନିଦରୁ ଉଠେଇ 

ତା' ପ୍ରେମରେ ମୁଁ ଯିବି ସତେ ପଡ଼ି,


ନନ୍ଦନନ୍ଦନ ସେ ମା' ଯଶୋଦାଙ୍କ ଧନ

ଏ ପାପୀ ମନ ତା' କରେ ଦରଶନ,


ପ୍ରେମର ସାଗର ପ୍ରେମିକ ଜଗତର

ଶ୍ରଦ୍ଧାରେ ଡ଼ାକିଲେ ହୋଇବ ନିଜର,


କଦମ୍ବର ମୂଳ ଆଉ କୂଳ ଯମୁନାର

ଗାଇଗୋଠ ସହ ଥାଏ ମୂରଲୀଧର,


କାଣିଚାଏ ପଛେ ଦେଏ ରେ କହ୍ନେଇ

ଭାବ ଟିକେ ଦେ ତୋତେ ଖୋଜୁଥାଇ,


ସବୁ ଭୁଲି ସଖା ତୋର ଶରଣ ପଶିବି

ତୋ' କଳା ପ୍ରେମରେ ବାଇଆ ହୋଇବି,


ଭକ୍ତିଭାବେ ମୋତେ ଥରେ ଦେ ବାନ୍ଧି

ତୋର ନାମମାଳା ଟିକିଏ ମୁଁ ଦିଏ ପିନ୍ଧି, 


ଚରଣେ ତୋହର ରଖିଦେରେ ମୋତେ

ପ୍ରାଣଥିବା ଯାଏ ଧନ ଜପୁଥିବି ତୋତେ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract