ମୋହ ବର୍ଷାଭରା ରାତି
ମୋହ ବର୍ଷାଭରା ରାତି
ସବୁଥର ପରି ଏହି ବରଷ ବି
ମୋହରେ ବରଷା ଭରା
ଘଡ଼ଘଡି଼ ସହ ବିଜୁଳି ମାରୁଛି
ଲୁଚି ଯାଇଛନ୍ତି ତାରା।
ଆଈଙ୍କର ଦୁଃଖ ବରଷା ସହିତ
ଯେବେ ମାରେ ଘଡ଼ଘଡି଼
ପୁଅ ବୋହୂ ତାର ଚାଲି ଯାଇଛନ୍ତି
ମାଆଙ୍କୁ ଏକଲା ଛାଡି଼।
ମୋହରେ ବରଷା କିନ୍ତୁ ଆସୁଅଛି
ସବୁଥର କାହିଁପାଇଁ
ଛଡା଼ଇ ନେବକି ନାତିକୁ ତାହାର
ଦଉଡି଼ ଆସିଛି ଧାଇଁ?
ଘର ଭିତରେ ସେ ଗରଗର ହୁଏ
ମୋହରେ ବରଷା ଯୋଗୁଁ
ତୁଚ୍ଛାଟାରେ କିଆଁ ତାହାର ବଅଁଶ
ଦୁଃଖ ଓ ଯାତନା ଭୋଗୁଁ।
ରଡି଼ ଛାଡୁଥିଲା ଦେଖି ବରଷାକୁ
ଶୁଣିକି ନାତିଆ ତାର
ଆସିକି କହିଲା ସମ୍ଭାଳି ନେଏଲୋ
ଆଖିରୁ କାହିଁକି ଝର?
ପୁଅ ବୋହୂ ତୋର ଚାଲି ତ ଗଲେଣି
ହେଲାଣି କେତେ ବରଷ
ତଥାପି କାନ୍ଦୁଛୁ ମୋହରେ ବରଷା
ଯେବେ ଆସେ ମନ ବିଷ।
ଆଈଙ୍କର ଲୁହ ପୋଛିଦେଲା ନିଜ
ହାତରେ ଯେବେ ତା 'ନାତି
କୁଣ୍ଢାଇ କହିଲା ନାତିଆରେ ମୋର
ବରଷାକୁ ବଡ଼ ଭିତି।
ତୁମେ ସିନା ନାତି ଆଖି ସାମନାରେ
ଦେଖିନ କରାଳ ରୂପ
ଦେଖିଥିଲେ ତୋର ଅନ୍ତର ମନରୁ
ଲିଭି ଯାଆନ୍ତା କି ଛାପ?
ନାତି ବୁଝେଇଲା ବକଟେ ହେଲେ ବି
ଏହା ଈଶ୍ବରଙ୍କ ଲୀଳା
ପରତି ବରଷ ମୋହରେ ବରଷା
ଆସିବ ଦେଖି ନିରୋଳା।
ଜନମ ଥିଲେ ତ ମରଣ ଆସିବ
ଏହା ଚିରନ୍ତନ ସତ
ସଇତାନ କିନ୍ତୁ ଭିନ୍ନଭିନ୍ନ ରୂପେ
ଜୀବଙ୍କୁ କରିବେ ହତ।