STORYMIRROR

Sarojini Mishra

Abstract

4  

Sarojini Mishra

Abstract

ମୋ ଉତ୍କଳ

ମୋ ଉତ୍କଳ

1 min
343

ମୋ ମାଟିର କଥା ମୋ ମାଟିର ବାସ୍ନା

ସଦା ବିମୋହିତ କରେ

ଗାଁରୁ ସହର କୋଣେ ଅନୁକୋଣେ

ତା ଗାଥା ଗୁଞ୍ଜରୁ ଥାଏ ।


ଉତ୍କଳ ମୋହର ଶିରା ପ୍ରଶିରାରେ

ଭରି ଦିଅଇ ରକତ

ତା ପାଣି, ପବନ, ନଦୀ,ଗରିବନ

ଦେଉଥାଏ ମନୋବଳ ।


ମୋ ଉତ୍କଳ ରାଜ୍ୟ ସଂସ୍କୃତି ମଣ୍ଡିତ 

ଚାରୁକଳାରେ ନିପୁଣ

ମୋ ଉତ୍କଳ ରାଜ୍ୟ ସବୁଠୁ ସୁନ୍ଦର

ସ୍ୱର୍ଣ୍ଣଗର୍ଭା ତାର ପ୍ରାଣ ।


ମୋ ଉତ୍କଳେ ପରା ନୀଳ ପାରାବାର

ସୁନ୍ଦର ତା ବେଳାଭୂମି

ସାରା ଜଗତର ମନ କିଣି ନିଏ

ଏ ଆମ ଜନମ ଭୂମି ।


ମୋ ମାଟି କୋଣାର୍କ କହୁଥାଏ ସଦା

ଉତ୍କଳ ଗୌରବ ଗାଥା

ମୋର ଉତ୍କଳର ପ୍ରତିଟି କୋଣରେ

ଗୁଞ୍ଜର ଶାଶ୍ଵତ ବାର୍ତ୍ତା ।


ମୋହରି ଉତ୍କଳ ବୁକୁରେ ଆସିଲେ

କେତେ ବୀର ବୀରାଙ୍ଗନା

ମୋହରି ଉତ୍କଳେ ଜଗତର ନାଥ

ଉଡାଇ ଥାନ୍ତି ଯେ ବାନା ।


ସୁନ୍ଦର ମୋହର ଏ ଉତ୍କଳ ରାଜ୍ୟ

ଧରାରେ କରିଛି ନାଁ 

ଭାଷା ତା ମଧୁର କେତେ ଭାବମୟ

ଆମେ ଯେ ଜଗତ ଜିତା ।


ଉତ୍କଳ ରାଜ୍ୟ ର ସ୍ଵତନ୍ତ୍ରତା ପାଇଁ

ପ୍ରଚ୍ଛଦେ ଯାହାଙ୍କ ଦାନ

ତାଙ୍କୁ ହୃଦୟରୁ ନମନ କରଇ

ନିଅ ହେ ବିଜ୍ଞ ପ୍ରବୀଣ ।


ମୋ ଉତ୍କଳ ରାଜ୍ୟ ମୋ ଓଡ଼ିଆ ଭାଷା

ଗର୍ବିତ ମୁଁ ତା ପାଇଁ

ତାହାର ଉନ୍ନତି କରିବା ପ୍ରେରଣା

ପ୍ରତି ପ୍ରାଣେ ଯାଉ ବହି ।


ପ୍ରଭୁ ଜଗନ୍ନାଥ କରୁଛି ବିନତୀ

ଦିଅ ହେ ଆଶିଷ ଢାଳି

ରୁଦ୍ଧିମନ୍ତ ହେଉ ମୋ ଜାତି ମୋ ଭାଷା

ବିପଦ ଯାଉ ହେ ଟଳି ।



Rate this content
Log in

Similar oriya poem from Abstract