STORYMIRROR

Banabihari Mishra

Abstract

2  

Banabihari Mishra

Abstract

ମୋ ଉତ୍କଳ

ମୋ ଉତ୍କଳ

1 min
133

ଦେଖିଲି ମୁଁ ଉତ୍କଳର ଅଞ୍ଚଳ ବିଧ୍ବସ୍ତ

ମହାବାତ୍ୟା ହୁଡ଼ହୁଡ୍ ଫାଇଲିନ୍ ଫନି

ନାରିକେଳ ଗୁବାକ ଯେ ଭଗ୍ନ ଉତ୍ପାଟିତ

ସବୁ ସହିଛି ମୋ ରାଜ୍ୟ ତଥାପି ହାରିନି


ଇତିହାସ କହେ ଉତ୍କଳର ଗଜପତି

ବୀର ଯୋଦ୍ଧା ମହାପରାକ୍ରମୀ ସୁଶାସକ

ଗଙ୍ଗାଠାରୁ ଗୋଦାବରୀ ଯାହାର ରାଜୁତି

ଥିଲେ ସବୁ ଅରିହନ୍ତା ଶତ୍ରୁ ନିବାରକ


କେତେ ବନ୍ୟା କେତେ ବାତ୍ୟା ଦୁର୍ଭିକ୍ଷ ମରୁଡ଼ି

ସବୁକିଛି ସହିଛି ଏ ଉତ୍କଳ ଧରଣୀ

ନଥକି ଆଗକୁ ସିଏ ଚାଲିଅଛି ବଢି

ସେପାଇଁ ଭାରତବର୍ଷେ ଏ ମଉଡମଣି


ମଗଧ ସମ୍ରାଟ ପାଦଥାପି ଏ ମାଟିରେ

ଚଣ୍ଡାଶୋକ ଥିଲେ ପୁଣି ହେଲେ ଧର୍ମାଶୋକ

ବୌଦ୍ଧ କୀର୍ତ୍ତିରାଜି ଗାଏ ଗୌରବ ଗର୍ବରେ

କିଏ କହେ ଏ ଉତ୍କଳ ହରାଇଛି ଭେକ


ଜନମିଲେ ଏ ମାଟିରେ ଐର ଖାରବେଳ

କଳିଙ୍ଗ ପରାଭବର ପ୍ରତିଶୋଧ ନେଲେ

ଆଜି ଏ ଓଡ଼ିଆ ପୁଅ ଖୋଜେ ସେହି କାଳ

ଅତୀତର ପୃଷ୍ଠାସବୁ ଖେଳାଏ ଏ ବେଳେ


ଜୟୀ ରାଜଗୁରୁ ବୀର ବକ୍ସି ଜଗବନ୍ଧୁ

ଗଉରବ ବଢାଇଲେ ଉତ୍କଳ ମାଟିର

ମଧୁବାବୁ ହରିହର ଆଉ ଗୋପବନ୍ଧୁ

ନୀଳକଣ୍ଠ ବରପୁତ୍ର ଆମ ଉତ୍କଳର


କବିରାଟ ଉପଇନ୍ଦ୍ର ବଳରାମ ଦାସ

ରାଧାନାଥ ଗଙ୍ଗାଧର ଓ ମଧୁସୂଦନ

ଅଭିମନ୍ୟୁ ଦୀନକୃଷ୍ଣ ଓ ଶାରଳା ଦାସ

ଗୋପାଳକୃଷ୍ଣ ଯେ ପୁଣି ଜଗନ୍ନାଥ ଦାସ


ଉଦ୍ଦାତ କଣ୍ଠରେ ଗାଇ ଗୀତ ଏମାଟିର

ଉଦ୍-ବୋଧିତ କରିଗଲେ ଜନମାନସକୁ

ଆଜି ମଧ୍ୟ ଲୋକ ଗାଉଛନ୍ତି ଧରି ସୁର

ଜଗତ ସମ୍ମାନ ଦିଏ ମହାମାନବଙ୍କୁ


ସେଇ ମହାମାନବଙ୍କ ଦାୟାଦ ଆମେ ରେ

ଯେତେ ଆସୁ ଦୁର୍ବିପାକ ବାତ୍ୟା ଅବା ବନ୍ୟା

ଡରିବାନି ହାରିବାନି କେବେ ଦୁର୍ଦ୍ଦିନରେ

କରିବା ଏ ରାଇଜକୁ ଜଗତରେ ଧନ୍ୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract