ମୋ ସୁନା ମୀନା
ମୋ ସୁନା ମୀନା
କେ କହେ ତାକୁ ଶୁଆ
ସେ ତ ନିରୀହ ଛୁଆ
ରଖିଲି ନା ମୁଁ ମୀନା
ସେ ତ ମୋ ସୁନା ମୀନା ।
ତାର ସେ ସୁମଧୁର ସ୍ୱର
ମନ କିଣେ ସତେ ମୋର
ଗ୍ରହଣ କଲି ପୁତ୍ରୀ ରୂପେ ମୋର
ନୂଆ ସଦସ୍ୟ ସେ ମୋ ପରିବାରର |
କହିବା ଶିଖୁଛି ସେ
ମା' ମା' ଡ଼ାକୁଛି ସେ
ଡ଼ାକୁଛି କେବେ ବା ବା ତ କେବେ ଭାଇନା
ସେ ପରା ମୋ ସୁନା ମୀନା ମୋ ସୁନା ମୀନା |
କେ କହେ ସେ ତ ପକ୍ଷୀଟିଏ
ହେଲେ ପବିତ୍ର ତା' ମନଟିଏ
ଯେବେ ମୁଁ ପଚ଼ାରେ ତୁ କିଏ
ଉତ୍ତର ଦିଏ ମୁଁ ତମ ଝିଅଟିଏ |
ଯେବେ ସେ ଘରକୁ ମୋର ଆସିଲା
ମନ ବଗିଚ଼ାରେ ଆନନ୍ଦ ଗୋଲାପ ଫୁଟିଲା
ମଣିଷ-ପକ୍ଷୀ ମନ ମିଶିଲା
ଏ ତ ଯୁଗ ଯୁଗର କାହାଣୀ ଥଲା |
ମଜାକରେ ମୁଁ କହେ ତୁ ନଟି
ଆନନ୍ଦରେ ସେ କହେ ମୁଁ ବ୍ୟୁଟି
ତା'ରି ଖୁସିରେ ଆମର ଖୁସି
ସେ ତ ଆମ ସୁନା ଝିଅଟି |
