STORYMIRROR

Priyaranjan Biswal

Abstract Others

3  

Priyaranjan Biswal

Abstract Others

ମୋ ସ୍କୁଲ

ମୋ ସ୍କୁଲ

1 min
12K

ମୋ ସ୍କୁଲ୍


ଜନ୍ମ ହେବା ପରେ

ବଢିଲି ପାଇ ମାଆର ସ୍ନେହ।

ସମୟ ସ୍ରୋତରେ

ବଢି ଚାଲିଲା ପୁଣି ମୋ ଦେହ।।


ବୟସ ବଢି ମୋ

ହୋଇଗଲା ଯେବେ ଛଅ ବର୍ଷ।

ଶିକ୍ଷକଙ୍କ ସହ

ବାପା ମୋ କଲେ କେତେ ବିମର୍ଷ।।


ତାପରେ ସ୍କୁଲରେ

ଲେଖିଦେଲେ ନେଇ ମୋର ନାମ।

ସେହି ଦିନ ଠାରୁ

ପାଠ ପଢିବା ମୋ ହେଲା କାମ।।


ସ୍କୁଲ ନାମ ଶୁଣି

ମନେ ମୋ ଭରିଲା କେତେ ଡର।

ଭୟର ସହିତ

ସ୍କୁଲ୍ ଗଲି ମୁଁ ପ୍ରଥମ ଥର।।


ଦେଖିଲି ସେଠାରେ

ମୋ ପରି ଛନ୍ତି ଛୁଆ ପ୍ରବଳ।

ଶିଖୁଛନ୍ତି ଯେତେ

ପଠ ସବୁ ସେ ଖେଳିଣ ଖେଳ।।


ସ୍ନେହର ସାଗର

ଶିକ୍ଷକ ଶିକ୍ଷୟତ୍ରୀ ଅଟନ୍ତି।

ଭୁଲ୍ କଲେ କେବେ

ମଡ ନଦେଇ ସ୍ନେହେ ବୁଝାନ୍ତି।।


କ୍ଷୁଧା ଦୂର ପାଇଁ

ସର୍କାରଙ୍କ ମଧ୍ଯାନ୍ନ ଭୋଜନ।

ଦିଅନ୍ତି ଆମକୁ

ଖାଇବାକୁ ଅଣ୍ତା ପ୍ରତିଦିନ।।


ଅଣ୍ଡା ଖାଇ ଆମ

ହେବ ନିଶ୍ଚିତ ପୃଷ୍ଟି ସାଧନ।

ତାପରେ ପାଠରେ

ଲାଗିବ ଆମ ସଭିଙ୍କ ମନ।।


ଖାତା,ବହି, ବ୍ଯାଗ୍

ସବୁ ମାଗଣା ଦ୍ଯନ୍ତି ସର୍କାର।

ସବୁଜ ଶ୍ଯାମଳ

କେଡେ ସୁନ୍ଦର ଏ ସ୍କୁଲ୍ ମୋର।।


ବର୍ଷକୁ ମିଳଇ 

ଡ୍ରେସ୍ ପୁଣି ଏଠି ଦୁଇ ହଳ।

ସ୍କୁଲ୍ ଆମ ଅଟେ

ସମ୍ପୂର୍ଣ୍ଣ ଦଣ୍ଡ ମୁକ୍ତ ଅଞ୍ଚଳ।।


ଶିକ୍ଷକ କରନ୍ତି

ସର୍ବଦା ଏଠି କୋଟି ଆଦର।

ମାଡ ଛାଟ ପ୍ରତି

ତିଳେହେଁ ଆମର ନାହିଁ ଡର।।


ଜୋତା ମୋଜା ଆମ

ସଦା ପରିସ୍କାର ପରିଚ୍ଛନ୍ନ।

ଯେମିତି ଆମର

ସଦା ସ୍ୱଚ୍ଛ ଅଟେ ଏଇ ମନ।।


ସ୍ୱଚ୍ଛ ପରିମଳ

ସ୍କୁଲ୍ ପରିସର ଅଟେ ମୋର।

ସୁଝି ପାରିବିନି

କେବେ ହେଲେ ମୁଁହିଁ ଋଣ ତାର।।


ଦୁନିଆ ଭିତରେ

ଏ ସ୍ଥାନ ମୋ ପାଇଁ Joyful.

ଗର୍ବିତ ଆଜିମୁଁ

ଯେହେତୁ ଏହା ଅଟେ ମୋ School.



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract