STORYMIRROR

Pranati Mahapatra

Inspirational

4  

Pranati Mahapatra

Inspirational

ମୋ ସହରର ସେ ଅତିଥି

ମୋ ସହରର ସେ ଅତିଥି

1 min
377


ତୁମେ ଯେବେ ଆପେ ଆପେ ବୁଲି ଆସିଥିଲ 

ମୋର ଏହି ସହରକୁ,

ବିନା ଆମନ୍ତ୍ରଣରେ ଆସି ରହିଗଲ ଯେ 

ଯିବାକଥା ଭୁଲି ଯାଇଥିଲ,

ମୋ ସହର ଆଉ ମୋ ସହରର

ଫୁଲମାନଙ୍କ ପାଖରେ ଏକରକମ ବନ୍ଧା ପଡିଗଲ ।

ମୋ ସହର ତୁମକୁ ଏତେ ଚକମକ ଦିଶିଲା ଯେ ଶୟନେ,ସ୍ବପନେ ,ଜାଗରଣେ

ମାତିଗଲ ପ୍ରଶଂସାରେ,

ତୁମକୁ ମୋ ସହର ବି 

ଭାରି ଭଲ ପାଉଥିଲା,

ଠିକ ଯେମିତି ସାଗରର ଲହରୀ ପରି,

ଠିକ ଯେମିତି ଫଗୁଣ ଆଉ କୋଇଲି ଭଳି

ଠିକ ଯେମିତି ଚାନ୍ଦ ଆଉ କଇଁ ପରି

ହଁ,ସତେ ଯେମିତି ତପନ ଆଉ ସରୋଜ ପରି ।

ମୋ ସହର, 

ମୁଁ,

ମୋ ସହରର ରଙ୍ଗବେରଙ୍ଗର ଫୁଲ ମାନଙ୍କ ମେଳରେ 

ଦେଖିଲ ଦିନରେ ସପନ ,

ବଖାଣି ଚାଲିଲ ସମୟ ଅସମୟରେ

ସେମାନଙ୍କ ମହମହ ବାସନାର କାହାଣୀ ପେଡି ।

ମୋ ସହର ଆଉ ମୋର ହୋଇ ରହିଲା ନାହିଁ

ହୋଇଗଲା ଆମର ସହର ... ।

ସେହି ଦିନଠାରୁ ମୋ ସହର ତୁମକୁ ଦେଲା

ସ୍ନେହ, ମମତା, ସମ୍ମାନ ସହ ସୁରକ୍ଷା

ପରିଚିତ ହେଲ ସବୁଠାରେ ମୋ ସହର ନାଆଁରେ

ବଣିଜ କରିବାକୁ ଆସି ରାତିଟିଏ ମାଗି 

କମ୍ପାନୀ ବସେଇଦେଲ

ପୁଣି ଦୀର୍ଘ ୨୦୦ରୁ ଉର୍ଦ୍ଧ ବର୍ଷ

ଲୁଟ୍ ପାଟ ସହ ଅସହ୍ୟ ଅତ୍ୟାଚାର ଭଳି ବ୍ୟବହାର ।

କେତେବେଳେ ମୁଣ୍ଡ ଉପରେ ତ କେତେବେଳେ ଚୁଟି

ହେଲେ ନ୍ୟାୟ ନିକିତି ଭାରୀ ପଡିଗଲା

 ନ୍ୟାୟାଧୀଶଙ୍କ ନ୍ୟାୟାଳୟରେ ।

ଅସଲ ମୁଖା ଖୋଲିଗଲା

ସରିଗଲା ସହରର ଫୁଲମାନଙ୍କର ବାସ ତୁମ ପାଖରେ ।

ଖୋଜି ବୁଲିଲ ଆଉ ଏକ ସହର

ହେଲେ ସେଠାରେ ବି ବିତାଡିତ ହେବ

ଏବେ ତୁମେ ଦେଶଦ୍ରୋହୀ 

ଆଖ୍ୟା ପାଇବାକୁ ପ୍ରସ୍ତୁତ ରୁହ

ଅପେକ୍ଷା କର କେଉଁ ଭଳି ମାଳାରେ ....।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational