STORYMIRROR

Bhakti Samanta

Inspirational

3  

Bhakti Samanta

Inspirational

ମୋ ସହର...

ମୋ ସହର...

1 min
211

ଆଜିକାଲି ଅପରିଚିତ ଲାଗେ ମୋ ସହର, 

ନିଶବ୍ଦ.. ଖାଁ ଖାଁ ଲାଗେ ରାଜରାସ୍ତା 

କେଉଁଠି ଥିଲା ଏ ଶୂନ୍ଯତା? 

ସ୍ଥିର ହେଲା ଚଳନ୍ତି ସହର।

ଆଜିକାଲି ଅସହାୟ ସହର ମୋ

ଭୂତାଣୁ ଭୟରେ ଗୃହବନ୍ଦୀ। 

ତ୍ରସ୍ତ ଅସହାୟଙ୍କ ଘର ବାହୁଡା

ଭୋକରେ ଆଉଟୁପାଉଟୁ ଗାଁ, ବସତି, ସହର

ଘରେ ଘରେ ଦାରିଦ୍ର୍ଯତା 

ଭୟଭୀତ, ହିଂସ୍ର ସହର।

ବଦଳିଲା ଚେହେରା

ଘରେଘରେ ମୁଣ୍ଡିତ ମସ୍ତକ, 

କିଏ ହରାଇଲା ସବॆସ୍ୱ

ସଖା, ସହୋଦର, କୁଟୁମ୍ବ

ସବୁ ଏକୁଟିଆ, ଅସହାୟ ମୋ ସହର।

ତଥାପି

ପୁଣି ହସିବ ମୋ ସହର, 

ଜିଇଁବା ଶିଖିବେ ବସହରା, ଦାଦନ, 

ଲୁହ ପୋଛି ଆଗେଇବ ମୋ ସହର।ଭକ୍ତି ସାମନ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational