ଭିଜାମାଟି
ଭିଜାମାଟି


ନୂଆ ବର୍ଷାରେ ଭିଜିଥିବା ମନ,
ଉଛୁଳାନଦୀ ରେ ବନ୍ଧନ
ମନକୁ ଉଲ୍ଲସିତ କରେ ତୁୁମ
ଆକର୍ଷଣ
ଭିଜାମାଟି ର ବାସ୍ନା
ଏ ପାଖରୁ ସେପାଖ ଚହଟି
ଯାଏ, ତୁମେ ଆସିିିବ ବୋଲି
ମନ ଯାଇ ବାରମ୍ବାର
ଦୋଛକିରେ ପାଦଶବ୍ଦ
କୁ ଶୁଣୁଥାଏ।
ସୁମଧୁର ସୂରେ କାହା ବଂଶୀ
ବାଜେ ଏ ମନରୁ ସେ ମନ
ଅଜଣା ଏକ ଭିିିନ୍ନ ଶିହରଣ
ପ୍ରତି ସ୍ପର୍ଶରେ ସୁରେତାଳେ ଶୁଭେ।
ତୁମରି ପାଇଁ, ସବୁ ଥର ମୋ ସଂସାର
ଅନନ୍ତ ଭିଜାଭିଜା ସ୍ନେହର ଭରପୁର।