STORYMIRROR

Bhakti Samanta

Abstract

4  

Bhakti Samanta

Abstract

ଦୀପାବଳୀ-ସୁନ୍ଦର ଅପେକ୍ଷା

ଦୀପାବଳୀ-ସୁନ୍ଦର ଅପେକ୍ଷା

1 min
581

ଶୁଭ ଅବସର ଟିଏ, ଅପେକ୍ଷା ଥାଏ ବର୍ଷା ତମାମ, 

ସର୍ବଦା ମାଁ ର ଆକର୍ଷଣ..ଆଦର, 

ଦଦେଇ ଙ୍କ ନିଶବ୍ଦ ସ୍ନେହ...ଅକୁହା ବ୍ଯସ୍ତତା... 

ମମତା ତ ସବୁ ସମୟରେ କଡ ଲେଉଟାଇ ,

ଛଳଛଳ ଆଖି ରେ ଅପେକ୍ଷା କରିଥାଏ...!!

ଏତ ହଜିଲା ଅତୀତ... ଅସୁମାରି ଅକୁହା ଅନୁଭବ..

ଅଶ୍ରୁଳ ଭିଜା ସଂପର୍କ... 

ଆଜି କିଏ ଅପେକ୍ଷା କରେନି,

ମୋ ଝିଅ ଆସିବ ବୋଲି ପ୍ରତୀକ୍ଷା କରେନି, 

ବସ୍ ସମୟ, ରିକ୍ସା ବାଲା ର ଟିଂ ଟିଂ ଶବ୍ଦ କୁ 

କିଏ ଜଗି ରହେନି, 

ଆଗ୍ରହର ସୀମାହୀନ ଖୋଲା ହୃଦୟ ନେଇ,

କବାଟ ପାଖେ କିଏ ଠିଆ ହୁଏନି।। 

ସେ ଘର, ଘରର ଗେଟ୍, ସାହି ର ଅଙ୍କାବଙ୍କା ରାସ୍ତା

ଆଜି ସବୁ ଅଚିହ୍ନା.... ଅପହଂଚ .

ବାପାମାଆ ପରେ 

ସବୁ ରାସ୍ତା , ଅଂଧାର ଅଜ୍ଞାତ ।।। 

ଦୀପାବଳି ର ଆଲୋକ ତୁମେ ଗଲାପରେ ବି

ଶୁଭେଚ୍ଛା, ଆଶୀର୍ବାଦ ଆଣେ , 

ତୁମ ଉପସ୍ଥିତି ସବୁଠି, ଏ କୋଣ ରୁ ସେ କୋଣ, 

ପ୍ରତି ଦିନ ସବୁ ମୁହୁର୍ତ୍ତରେ, ମୋ ଜୟ ପରାଜୟ ରେ, 

ମୋ ଲୁହ, ଆଉ ହସ ରେ.. 

ମୋ ମଥା ରେ ତୁମ ହାତ ଥାଏ ଅଦୃଶ୍ଯ ରେ, ମୋ ଖୁସିରେ..ମୋ ଦୁଖ ରେ... 

ତୁମେ ପ୍ରେରଣା, ତୁମେ ମୋ ଆଲୋକବର୍ତିକା।।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract