ମୋ ମନ ର ଦୀପାବଳି
ମୋ ମନ ର ଦୀପାବଳି


ସବୁବେଳେ ସଜାଇ ରଖେ ମୁଁ,
ମନରେ ମୋ ଅହରହ
ଜଳୁ ଥିବା ଦୀପ ଟିକୁ,
କାହାକୁ ଦିଶୁ ବା ନ ଦିଶୁ, ସଜାଡ଼ି ରଖେ ମୁଁ,
ପ୍ରତେକ ବଷॆ, ଦୀପ ସହ ମୋ ମନର ସମସ୍ତ ଭାବନା କୁ...
ଏ ଦୀପ ସତ୍ଯ ,ନିଭॆୟ , ବିଶ୍ବାସ ର ଦୀପ ଭଲପାଇବାର..
ମୋ ମନ ର ସବୁ କୋଣ ର
ଅନ୍ଧାର କୁ କାହାର
ସେ ଅଦୃଶ୍ଯ ଉପସ୍ଥିତି
ଦୂରେଇ ଦେଲା
ସମସ୍ତ ଦୁଖଦ ଅନୁଭବ,
ପୋଛିନେଲା ଅତୀତ,
ଶିଖେଇ ଦେଲା ବର୍ତ୍ତମାନ
ରେ ବଂଚିବା ସୂତ୍ର,
ଶୋକହୀନ,ନିର୍ଭୟ,
ସୁନ୍ଦରତା ର ଐଶ୍ବରିକ ଆନନ୍ଦ
ପ୍ରାପ୍ତି ,
ବିଶ୍ବାସ ର ଅନନ୍ୟ ଆକର୍ଷଣ
ମୁଁ ତୁମ ପାଇଁ ,
ତୁମ ସହ,
ତୁମ ଠାରେ,
ସମର୍ପିତ
କିଏ ଜାଣୁ ବା ନଜାଣୁ
ବୁଝୁ ବା ନବୁଝୁ
ତୁମ କୁ ପ୍ରାପ୍ତିର ବିକଳ୍ପ
କିଛି ନ ଥାଏ ,
ପ୍ରତିଟି ଦୀପ ଭଲପାଇବାର
ତୁମରି ପାଦପଦ୍ମ ରେ ସମର୍ପିତ ।