*ନିବାॆଣ*
*ନିବାॆଣ*


ମୁଁ ନିବାॆଣ ପାଇଛି,
ପଛରେ ଅନ୍ତହୀନ ଦୁଖ, ଅବଶୋଷ,କାମନା,
ମୋହମାୟା, ଲାଭକ୍ଷତିର ହିସାବ,
ସତ୍ଯ ଅସତ୍ଯ ର ଆଲୁଅ ଛାଇ,
ସୁଖଦୁଃଖର ଉଜ୍ଜ୍ବଳ କୁହୁଡ଼ି ର ଘେର,
ସବୁ ବନ୍ଧନ ରୁ ମୁକ୍ତି,
ପାପପୂଣ୍ୟ ନିକିତି ତଉଲ ,
ଜଣାଅଜଣା ସମ୍ପକॆର ପୂଣॆଛେଦ,
ପଛକୁ ନ ଦେଖି ଆଗେଇ ଯିବା ର କ୍ଷଣ... ।।
ଅନନ୍ତ ସୁଖର ବେଳା,
ଅସୁମାରି, ଅମ୍ଋତ ମୁହୁର୍ତ୍ତ
ଚତୁଦିॆଗ ଆଲୋକିତ , ଆଶୀର୍ବାଦ ଝରାଉଥିବେ,
ସହସ୍ର
ବିସ୍ତାରିତ ହସ୍ତ....।।
ମୁଁ ନିବାॆଣ ପାଇଛି....
ସବୁ ସୁଖଦୁଃଖର ଉର୍ଦ୍ଧ୍ବକୁ ଯାଇ,
ନିଜକୁ ,
ଅବାସ୍ତବ ରୁ ବାସ୍ତବତା କୁ ନେଇ, . .
ମୋହଗ୍ରସ୍ତ ରୁ ମୋହଭଙ୍ଗ
ଅଜ୍ଞାନତା ରୁ ସିଦ୍ଧି ପ୍ରାପ୍ତି, ....
ମୁଁ ନିବାॆଣ ପାଇଛି... ଭକ୍ତି
ଜଟିଳତା ରୁ ସରଳତା..
ସର୍ବଶକ୍ତିମାନ କୁ ପ୍ରାପ୍ତି ର
ଅସୁମାରି ଆନନ୍ଦ ପାଇଛି
ମୋ ମଧ୍ଯ ରେ ମୁଁ ନିବାॆଣ ପାଇଛି।।। ସାମନ୍ତ.
.