STORYMIRROR

Bhakti Samanta

Abstract Inspirational

4.3  

Bhakti Samanta

Abstract Inspirational

ନୂତନ ବର୍ଷ

ନୂତନ ବର୍ଷ

1 min
222



ବିତିଗଲା ବର୍ଷ ଟିଏ, 

ଦୁଃଖ-ସୁଖ ଭରା ଅନୁଭବ, 

ପଡିଯାଇ ଉଠି ଠିଆ ହେବାର ଆତ୍ମବିଶ୍ୱାସ । 

ସମୁଦ୍ର ର ଲହରୀ ପରି

ଥରକୁ ଥର ନିଜ କୁ ଗଢ଼ିତୋଳିବା ର ପ୍ରୟାସ। 

ବଂଚିବାର ରାସ୍ତା ଖୋଜୁ ଖୋଜୁ

କେଉଁଠୁ ଆଘାତ ମିଳେ ତ କାହାଠାରୁ ଚେନାଏ ଝରାହସ, 

କାହାଠୁ ମିଳିଯାଏ ଜିଇଁବା ର

ଚାରି ସୂତ୍ର ଭଳି ସହଜ, 

ଆଉ କିଛି ତିକ୍ତ 

ଅନୁଭୂତି କ୍ଷିପ୍ର ଗତି ରେ 

 ସମୟ ଚାଲି ଯାଏ,

ମୁଁ ଖାଲି ସ୍ଥିର ରୁହେ , ଅସୁମାରି ଅଡୁଆ ସଂପର୍କ ଉହାଡ଼ରେ। 

କିଛି ହରାଇବା ର ଦୁଖ,

 ଅଦେଖାଅଶ୍ରୁ ସହ

 ଧୋଇ ଦେଇଗଲା , ପରିଚିତ ସମ୍ପର୍କ ର ବାସ୍ତବତା କୁ ପରିସ୍ତିତି ଶିଖାଇ ଦେଇ ଗଲା । 

 ନୂତନ କାୟା 

ସମୟ ର ଉହାଡ଼ ରେ ଶିଖିଗଲା ନୂତନତା ର

ଭିନ୍ନ ପରିଭାଷା , 

ଯିବା , ଆସିବା ତ ଚାଲି ଥିବ,

ବର୍ଷ ଟିଏ ନୂତନ ସଂକଳ୍ପ ନେଇ 

ଆସୁଥିବ , 

ପତ୍ରଝଡା ପରେ ସବୁ କିଛି ସୁନ୍ଦର ଦିଶୁଥିବ । 

ସବୁ ଥର ଭଳି ସ୍ୱାଗତ କରୁଥିବା ବଷॆ ଟିକୁ, ଭକ୍ତି ସାମନ୍ତ

ଦୁଖ ଭୂଲି , ହସ ଉଲ୍ଲାସ ରେ ନୂଆ ଆଶା ଭରସା ଆଉ ଅସୁମାରି ସ୍ୱପ୍ନ ରେ।



Rate this content
Log in

Similar oriya poem from Abstract