Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bhakti Samanta

Inspirational

4.7  

Bhakti Samanta

Inspirational

ମୋ ସହର...

ମୋ ସହର...

1 min
246


ଆଜିକାଲି ଅପରିଚିତ ଲାଗେ ମୋ ସହର, 

ନିଶବ୍ଦ, ଖାଁ, ଖାଁ ଲାଗେ ରାଜରାସ୍ତା.. 

କେଉଁଠି ଥିଲା ଏ ଶୂନ୍ଯତା ?

 ସ୍ଥିର ହେଲା ଚଳନ୍ତି ସହର। 

ଆଜିକାଲି ସହର ମୋ 

ଭୂତାଣୁ ଭୟରେ ଗୃହବନ୍ଦୀ। 

ଅସହାୟଙ୍କ ଘର ବାହୁଡା

ଭୋକରେ ଆଉଟୁପାଉଟୁ ଗାଁ, ବସ୍ତିସହର, 

ଘରେଘରେ ଦାରିଦ୍ର୍ଯତା, ଭୟଭୀତ , ହିଂସ୍ର ସହର। 

ବଦଳିଲା ସ୍ରୋତ, 

ଘରେଘରେ ମୁଣ୍ଡିତ ମସ୍ତକ, 

କିଏ ହରାଇଲା ସବॆସ୍ୱ 

ସଖା, ସହୋଦର, କୁଟୁମ୍ବ

ସବୁ ଏକୁଟିଆ ,ଅସହାୟ ମୋ ସହର । 

ପୁଣି ହସିବ ସହର, 

ଜିଇଁବା ଶିଖିବେ ବାସହରା,ଦାଦନ

ଲୁହ ପୋଛି ଆଗେଇବ ମୋ ସହର। 


Rate this content
Log in

Similar oriya poem from Inspirational