ମୋ ଶାଶୂ ମା
ମୋ ଶାଶୂ ମା


ମା'ଙ୍କ ପରି ପାଇଅଛି ମୁହିଁ ଶାଶୂମା
ବିପଦେ ଆପଦେ ସାହା ହୁଅନ୍ତି ମୋ ମା
ମା ପରି ପାଖେ ବସି ଗେଲ କରନ୍ତି
ରୁଷିଲେ ମୁହିଁ ଆଉଁସି ଦେଇ ମନେଇ ଦିଅନ୍ତି ।
ଦଶମାସ ଗର୍ଭେ ଧରି ନାହାନ୍ତି ସତ
ମା'ଙ୍କ ପରି ସ୍ନେହ କରନ୍ତି ଜୀବନ ଯାକ ।
ନିଜେ ନଖାଇ ବୋହୂ ପାଇଁ ସାଇତି ରଖିଥାନ୍ତି
ମା ପରି ସଦାବେଳେ ଆଶିଷ ଢାଳିଦେଇଥାନ୍ତି ।
ଝିଅ ବୋହୂ ମଧ୍ଯେ ରଖନ୍ତିନି ପାତର ଅନ୍ତର
ବୋହୂର ଖୁସିରେ ଖୁସି ହୋଇଥାନ୍ତି ମୋ ଶାଶୂମା
ଝୁଣ୍ଟିଦେଲେ ମଲମ ଲଗେଇ ଦିଅନ୍ତି ପାଖେ ବସି
ଭୋକରେ ଥିଲେ ଖୁଆଇ ଦିଅନ୍ତି କୋଳରେ ବସାଇ ।
କାନ୍ଦିଲେ ମୁହିଁ ହସେଇ ମୋତେ ବୁଝାଇ କୁହନ୍ତି
ମନରେ ସାହସ ଭରିଦେଇଥାନ୍ତି ।
ଭଗବାନଙ୍କ କୃପାରୁ ଶାଶୂ ରୂପେ ପାଇଅଛି ମୁହିଁ ମା
ସମସ୍ତଙ୍କୁ ମିଳୁଥାଉ ସଧା ମୋ ଶାଶୂ ମା ପରି ମା ।