STORYMIRROR

BANITA SAHU

Inspirational Others

3  

BANITA SAHU

Inspirational Others

ମା 'ହେବାର ଖୁସି

ମା 'ହେବାର ଖୁସି

1 min
124

ମା ' ହେବା ଜାଣିବା

ସେହିକ୍ଷଣ ସତେ

ଯେମିତିକି ଆକାଶରୁ ଚାନ୍ଦ

କୋଳରେ ଖସିପଢିଛି ।

ସେହି ଅପାର ଆନନ୍ଦ

ମନର ବ୍ୟାକୁଳତା

କହିବା ହୁଏତ ସମ୍ଭବ ନୁହେଁ

ଗର୍ଭରେ ଛୁଆଟି

ରହିବା ଦିନଠାରୁ

ଏହି ଧରାପୃଷ୍ଟକୁ ଆସିବା ପର୍ଯ୍ୟନ୍ତ

ମା 'ଶିଶୁଟିକୁ ବହୁ

ଯତ୍ନସହକାରେ ନିଜର

ଯତ୍ନ ନେଇଥାଏ l

ଶିଶୁଟି ଯେତେବେଳେ ଏହି

ଧରାପୃଷ୍ଟରେ ଅବତରଣ ହୋଇ

କ୍ରନ୍ଦନ କାରେ ସେହି ସ୍ୱର ମାଙ୍କୁ

ଯେଉଁ ଆନନ୍ଦ ମିଳେ ସାରା ସଂସାରରେ କେହି

ସେହି ପ୍ରେମଭରା ଆନନ୍ଦ ଦେଇପାରିବେନାହିଁ

ଶିଶୁର ମା'ଡାକରେ ସାରା ସଂସାରର 

ଦୁଃଖ କଷ୍ଟ ଭୁଲି ଖୁସିରେ ଜୀବନ ବିତିଯାଏ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational